ରାଇକିଆ ଏବଂ ବେରେଡାକିଆ ପଞ୍ଚାୟତରେ ଜଳଶକ୍ତି ଅଭିଯାନ ଗ୍ରାମସଭା

0
630

ରାଇକିଆ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ଵାନ “ଜଳ ହିଁ ଜୀବନ” ତଥ୍ୟକୁ ଭିତ୍ତି କରି ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଜଳଶକ୍ତି ଅଭିଯାନରେ ସ୍ଵତ୍ୱନ୍ତ୍ର ଗ୍ରାମସଭା ରାଇକିଆ ଏବଂ ବେରେଡାକିଆ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଅଛି । ରାଇକିଆ ପଞ୍ଚାୟତ ଗ୍ରାମସଭା ସରପଞ୍ଚ ପଞ୍ଚୁ ପ୍ରଧାନଙ୍କ ତତ୍ଵାବଧାନରେ ପଞ୍ଚାୟତ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଵେଛାସେବୀ ଅନୁଷ୍ଠାନ ସାହାରା ସଂପାଦକ ସୁକାନ୍ତ ନାୟକ ଯୋଗଦେଇଥିବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ କୁମାର ପଟ୍ଟନାୟକ ଜଳଶକ୍ତି ଅଭିଯାନ ଅନ୍ତର୍ଗତ ତଥ୍ୟ ଯଥା ଜଳ ସଂରକ୍ଷଣ , ବୃଷ୍ଟିଜଳ ଅମଳ, ପୁରାତନ ପୁଷ୍କରଣୀ ଜଳାଶୟ ପୁନରୁଦ୍ଧାର , ଅପଚୟ ଜଳର ସୁବିନିଯୋଗ , ଜଳଛାୟା ପ୍ରକଳ୍ପର ଉନ୍ନତିକରଣ, ସାଧନ ବନୀକରଣ ସମ୍ଵନ୍ଧରେ ଜନସାଧାରଣଙ୍କୁ ମାର୍ଗଦର୍ଶନ କରିଥିଲେ । ଅନ୍ୟ ପକ୍ଷରେ ବେରେଡାକିଆ ପଞ୍ଚାୟତ ପରିସରରେ ମହିଳା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ବାବିତା ନାୟକଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଜଳଶକ୍ତି ଅଭିଯାନକୁ ସଫଳ ଏବଂ ଲୋକଙ୍କ ପାଖରେ ପହଞ୍ଚିବା ନେଇ ଅଙ୍ଗନବାଡି କର୍ମୀ ଏବଂ ସ୍ଵେଛାସେବୀ ଅନୁଷ୍ଠାନ ମାନେ ପଞ୍ଚାୟତ ସ୍ତରରେ ସଚେତନା କାର୍ଯ୍ୟକ୍ରମ କରିବେ ବୋଲି ମତ ପ୍ରକାଶ ପାଇଥିଲା । ଉକ୍ତ ଦୁଇଟି କାର୍ଯ୍ୟକ୍ରମରେ ରାଜୁ ପରିଚ୍ଛା, ସମିତିସଭ୍ୟା ମିନି ନାୟକ, ଲକ୍ଷ୍ମଣ ପ୍ରଧାନ, ବିଜଯ କିଶୋର ପ୍ରଧାନ, ଅକ୍ଷୟ ପ୍ରଧାନ ଯୋଗଦେଇ କାର୍ଯ୍ୟାକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here