ବିଜେପି ର ବୁଗୁଡ଼ା ବ୍ଲକ୍ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

0
207

ବୁଗୁଡ଼ା: ବିଜେପି ପକ୍ଷରୁ ଜୁଲାଇ ୦୮ ତାରିଖ ଦିନ ବୁଗୁଡ଼ା ବ୍ଲକ୍ ଘେରାଉ କରାଯିବା ସହ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି। ସ୍ମାରକ ପତ୍ରରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜନୈତିକ ପ୍ରୀୟାପିତୀ ତୋଷଣ, ପ୍ରକୃତ ହିତାଧିକାରୀ ଚୟନରେ ଅନିୟମତା ପ୍ରଭୃତି ଅଭିଯୋଗ କରାଯାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ବ୍ଲକ୍ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଅନୁଷ୍ଠିତ ସଭାରେ ନଗର ବିଜେପି ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲାର ସଭାପତି ଗୋକୁଳାନନ୍ଦ ମଳିକ ବୁଗୁଡ଼ା ବ୍ଲକରେ ଚାଲିଥିବା ଅନିୟମିତତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବୁଗୁଡ଼ା ବ୍ଲକର ନିର୍ବାଚିତ ଜନପ୍ରତିନିଧି ମାନଙ୍କ ପ୍ରେସମିଟ୍ ରେ ସ୍ଥାନୀୟ ସାମ୍ବାଦିକ ଅନିଲ ପଟ୍ଟନାୟକଙ୍କ ନାମରେ କାହିଁକି ଅଭିଯୋଗ କରାଗଲା ବୋଲି ସେ ସଭାରେ ପ୍ରଶ୍ନ ଉଠାଇଥିଲେ। ପ୍ରକାଶ ଥାଉକି ଜନପ୍ରତିନିଧିଙ୍କ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ଅନିଲ ପଟ୍ଟନାୟକ ବେସରକାରୀ ଶିକ୍ଷାନୁଷ୍ଠାନ କରି ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଓ ଗୋକୁଳା ନନ୍ଦ ମଳିକଙ୍କ ଏଜେଣ୍ଟ ସାଜି ଖବର ପ୍ରକାଶ କରୁଥିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ମାସିକ ଚାନ୍ଦା ଆଦାୟ କରୁଛନ୍ତି ଓ ଚାନ୍ଦା ନମିଳିଲେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଆଜିର ପଥପାର୍ଶ୍ବ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କମିଟି ସଭ୍ୟ ଗଙ୍ଗାଧର ନାୟକ ଓ ଜୟନ୍ତି ପଢ଼ିଆରୀ, ଗୌରହରି ପ୍ରଧାନ, ହରିକୃଷ୍ଣ ସାହୁ, ବିନାୟକ ତ୍ରିପାଠୀ, ନଟବର ଜେନା, ସୁଶୀନ୍ତ ଡାକୁଆ ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ଯୋଗଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here