ମାରଦା ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

0
220

ପୋଲସରା : ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଗ୍ରସ୍ତରେ ଆସି ମନ୍ଦିର ନିର୍ମାଣ ଓ ଏହାର ଉନ୍ନୟନ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ପ୍ରଥମ କରି ପୋଲସରା ଗ୍ରସ୍ତରେ ଆସିଥିବା ପର୍ଯ୍ୟଟନ ଓ ସାସ୍କୃତିକ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଙ୍କୁ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଭୟେ ଉପୋଠୌକନ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଥିଲେ । ଏହି ଅବସରରେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଐତିହ୍ୟ ପୁରୀ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସହ ଯୋଡି ହୋଇଥିବା ବେଳେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରିବା ଲାଗି ମାରଦା ମନ୍ଦିର ମୁଖ୍ୟ ମହନ୍ତ ସୁନ୍ଦର ରାମଦାସ ଓ ସଦସ୍ୟ ମାନେ ଦାବି ଉପସ୍ଥାପନ କରିଥିଲେ । ମନ୍ଦିର ଚତୃପାର୍ଶ୍ଯ ଆବଦ୍ଧ କାନ୍ଥ ସହ ଯୋଗ ମଣ୍ଡପ , କଲ୍ୟାଣ ମଣ୍ଡପ , ପର୍ଯ୍ୟଟନ ମାନଙ୍କ ପାଇଁ ବିଶ୍ରାମଗାର ଭଳି ବିଭିନ୍ନ ଆନୁଷଙ୍ଗିକ ଉନ୍ନୟନ ମୂଳକ କାର୍ଯ୍ୟର ସୌନ୍ଦର୍ଯ୍ୟକରଣର ଉନ୍ନତି ନିମନ୍ତେ ଆଲୋଚନା କରିବା ସହ ମନ୍ଦିର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମାନ୍ୟବର ମନ୍ତ୍ରୀ। ସମୀକ୍ଷା ସମୟରେ ପୋଲସରା ବିଡ଼ିଓ ସୁରଞ୍ଜନ ସାହୁ , ତହସିଲଦାର ଦିଲ୍ଲୀପ କୁମାର ନାୟକ , ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ , ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା , ମଥୁରା ସରପଞ୍ଚ ପ୍ରଦୀପ କୁମାର ନାୟକ , ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ , ସଂପାଦକ ଅଶୋକ କୁମାର ବିଷୋୟୀ , ଜିଲ୍ଲା ପରିଷଦ ପ୍ରତିନିଧି ସଜିତ କୁମାର ବିଷୋୟୀ , ନଗର ସଭାପତି ରଞ୍ଜିତ ସାହୁ , ସଂପାଦକ ବାବୁଲି ପଟ୍ଟନାୟକ, ଜିଲ୍ଲା ସଂପାଦକ ଗୋପାଳ କୃଷ୍ଣ ସାହୁ , ପବିତ୍ର ରାଉତ, ବିକ୍ରମ ନାୟକ , ପୋଲସରା ସହକାରୀ ଯନ୍ତ୍ରୀ ଭିକାରୀ ଖଣ୍ଡୁଆଳ, କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନା ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here