ଅଂସଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା/ଦକ୍ଷତା ବିକାଶ ସମ୍ପର୍କରେ ମତ ରଖିଲେ ଓଡିଶାର ୪ଜଣିଆ ପ୍ରତିନିଧୀ ଦଳ

0
174

ଛତ୍ରପୁର : ନ୍ୟାସନାଲ ଫଣ୍ଟ ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନ (ଡିଏଚଏନ) ପକ୍ଷରୁ ଛତିସଗଡ ରାଜ୍ୟର ବିଳାଶପୁର ଠାରେ ଜି-୨୦ ଅଧୀନରେ ଏଲ-୨୦(ଲେବର-୨୦) ର ଏକ କ୍ଲନକ୍ଲେଭ ରେ ନ୍ୟାସନାଲ ଫଣ୍ଟ ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନ (ଡିଏଚଏନ) ଓଡିଶା ରାଜ୍ୟର ସଭାପତି ପ୍ରଶାନ୍ତ ପାଢୀ, ଉପସଭାପତି ସନୋଜ ବେହେରା, ସାଧାରଣ ସମ୍ପାଦକ ଶରତ ନାହାକ ଓ ଗଂଜାମ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ତ୍ରିପାଠୀ ଯୋଗଦେଇ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା/ସାମଜିକ ନ୍ୟାୟ , ଦକ୍ଷତା ବିକାଶ ଏବଂ ଏମଜିଏନଆରଇଜିଏସ ରେ କାର୍ଯ୍ୟକରୁଥିବା ଶ୍ରମିକଙ୍କ କାର୍ଯ୍ୟ ଦିବସ ଶହେ ଦିନ ବଦଳରେ ଦୁଇଶହ ଦିନ ବୃଦ୍ଧି ସହ ଶ୍ରମିକଙ୍କ ହିତ ନିମନ୍ତେ ବିଭିନ୍ନ ମତ ଉପସ୍ଥାପନ କରିଛନ୍ତି । ଏନେଇ ଗଂଜାମ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି । ଅନୁଷ୍ଠିତ କ୍ଲନକ୍ଲେଭରେ ନ୍ୟାସନାଲ ଫଣ୍ଟ ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନର ଜାତୀୟ ସଭାପତି ଡଃ ଦୀପକ ଜୟସବାଲ ଅଧ୍ୟକ୍ଷତା କରିଥିବା ବେଳେ ଛତିଶଗଡ ମହାମହିମ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଶ୍ଚନ୍ଦନ ଉଦଘାଟନ କରିଥିବା ବେଳେ ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ବିଭିନ୍ନ ୟୁନିୟନର ଜାତୀୟ କର୍ମକର୍ତ୍ତା ଓ ସମସ୍ତ ରାଜ୍ୟର ପ୍ରତିନିଧୀ ମାନେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here