ବିଧାୟକଙ୍କ ଉଦଘାଟନୀ ଓ ଭୂମୀ ପୂଜନ କାର୍ଯ୍ୟକ୍ରମ

0
229

ପୋଲସରା:ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମରେ ଜୁଲାଇ ୭ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗୋଟିଏ ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ଅନ୍ୟ ଏକ ପ୍ରକଳ୍ପର ଭୂମି ପୂଜା କରିଥିବା ଜଣାପଡିଛି। ଷୋହଳ ଖଣ୍ଡ ଗୋପାଳ ସମାଜର ଆଠଗଡ଼ ତାଲୁକା ଅନ୍ତର୍ଗତ ଭିତିରି ମୁଠାର ରୁମାଗଡ଼ ଗ୍ରାମ୍ୟ ପରିଷଦ କୂଳଗୃହ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋପାଳ ସମାଜ ସଭାପତି ଗଙ୍ଗାଧର ଗୌଡ଼, ଉପସଭାପତି ଏମ.ଗୌଡ଼, ସମ୍ପାଦକ ସୀମାଞ୍ଚଳ ମହାଙ୍କୁଡ଼, ସହ ସମ୍ପାଦକ ଧନୁଧର ମହାଙ୍କୁଡ଼, କୋଷାଧ୍ୟକ୍ଷ ବସନ୍ତ ମହାଙ୍କୁଡ, ଉପଦେଷ୍ଟା ନିରଞ୍ଜନ ମହାଙ୍କୁଡ, ପତ୍ରବାହାକ ସଞ୍ଜୟ ମହାଙ୍କୁଡ ଯୋଗ ଦେଇଥିଲେ। ଗୋପାଳ ସମାଜର ସମସ୍ତ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏକ ବିରାଟ ପଟୁଆରରେ ଉଦଘାଟନୀ ସ୍ଥଳକୁ ଆଣିଥିଲେ। ସେହିପରି ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମା କୁମାରୀ ବିଶ୍ୱବିଦ୍ୟାଳୟର ଓଁ ଶାନ୍ତି ଗୃହ ପାଇଁ ବିଧାୟକ ଶ୍ରୀ ସାହୁ ଭୂମିପୂଜା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା ପ୍ରମୁଖ ଯୋଗଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here