କୋଷାଗୁମୁଡା ଠାରେ ବିଦ୍ୟୁତ ଦେୟ ସଂଗ୍ରହ କାର୍ଯ୍ୟଳୟ ଉଦଘାଟିତ

0
387

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଦ୍ୟୁତ ଦେୟ ସଂଗ୍ରହ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ବିଦ୍ୟୁତ ବିଭାଗ ର ଏସଡିଓ ନବୀନ କୁମାର ପାଢୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟୁତ ଗ୍ରାହକ ସିଧାସଳଖ ଏହି କାର୍ଯ୍ୟାଳୟ କୁ ଆସି ବିଦ୍ୟୁତ ଦେୟ ପୌଠ କରି ରସିଦ ନେଇପାରିବେ । ପୂର୍ବ ଭଳି ଯେଉଁ ମାନେ ଅନଲାଇନ ରେ ବିଲ ପୌଠ କରୁଛନ୍ତି ସେମିତି ମଧ୍ୟ କରିପାରିବେ କିନ୍ତୁ ଗାଁ ଗହଳିର ଗ୍ରାହକଙ୍କ ସୁବିଧା ପାଇଁ ଏହି କାର୍ଯ୍ୟାଳୟ ଖୋଲା ଯାଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ କୋଷାଗୁମୁଡା ବିଦ୍ୟୁତ ବିଭିନ୍ନ ର କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ୱାଇଁ , ବିଦ୍ୟୁତ ବିଭାଗ ର କିରାଣୀ ଉତ୍ତମ କୁମାର ବାରିକ , ଗ୍ରେଡ ୧ ଲାଇନମ୍ୟାନ ପ୍ରଦୀପ୍ତ ପଟନାୟକ , ମୁରଲୀଧର ସାହୁ ଙ୍କ ସହିତ କୋଷାଗୁମୁଡା ଓ ନବରଙ୍ଗପୁର ର ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here