କାଶୀନଗର ବଂଶଧାରା ନଦୀର ଉପକୂଳ ଅଞ୍ଚଳକୁ ଗସ୍ତ କରିଛନ୍ତି ନୂତନ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

0
282

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବଂଶଧାରା ନଦୀ ଉପକୂଳ ଅଞ୍ଚଳରେ ଅତିକ୍ରମ ହୋଇ ଜାଉଥିବା ନେରେଡି ବ୍ୟାରେଜ ନିର୍ମାଣ ନେଇ ଟ୍ରିବୁନାଲ ଆନ୍ଧ୍ରକୁ ଅନୁମତି ଦେଇଛନ୍ତି। ଏହାଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶାର ୧୦୬ ଏକର ଜମି ଜମାଏବଂ ବିସ୍ଥାପିତ ହେବାକୁ ଥିବା ୪ରୁ ଅଧିକ ଗ୍ରାମବାସୀ ବର୍ତମାନ ଚିନ୍ତାରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ବିଳମ୍ବ ରେ ହେଲେବି ନୂତନର କାର୍ଯ୍ୟ ଭାର ଗ୍ରହଣ କରିଥିବା ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ବଂଶଧାରା ନଦୀର ଉପକୂଳ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଞ୍ଚଳରେ ଟ୍ରିବୁନାଲର ରାୟ ଉପରେ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବା ପାଇଁ ରାଜ୍ୟ ସରକାରଙ୍କୁ ଅଞ୍ଚଳ ବାସିନ୍ଦା ନିବେଦନ କରିଛନ୍ତି। ଅପରପକ୍ଷରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ବହୁ ଅଧିକାରୀ ଏହି ଅଞ୍ଚଳ ପରିଦର୍ଶନ କରି ଫେରୁଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଥବା ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚି ନଥିବାରୁ , ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏହି ଅଞ୍ଚଳବାସୀ ଆଶା ଓ ଆଶଙ୍କାରେ ରହିଛନ୍ତି। ତେବେ ନୂତନ ଜିଲ୍ଲାପାଳଙ୍କ ଗସ୍ତ ପରେ ସମସ୍ୟାର ସମାଧାନ ବାହାରିବା ନେଇ କିଛି ମାତ୍ରାରେ ଅଞ୍ଚଳ ବାସିନ୍ଦା ଆଶା ରଖିଛନ୍ତି ।ବଂଶଧାରା ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରୁବିନାଲର ଚୂଡାନ୍ତ ରାୟ ପ୍ରକାଶ ପାଇବାର ୧୫ ଦିନ ବିତିଲାଣି ରାଜ୍ୟ ସରକାର ଙ୍କର ଆଗାମୀ ପଦକ୍ଷେପ କଣ ରହିବ ତାହା ସ୍ୱଷ୍ଟ ଚିତ୍ର କିଛି ଜାଣିବାକୁ ମିଳୁନାହିଁ ବୋଲି ଏହି ଅଞ୍ଚଳରେ ବଳିଷ୍ଠ ନାଗରିକ ଙ୍କ ଠାରୁ ସୁଣିବାକୁ ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here