ଅଙ୍ଗନବାଡ଼ି କର୍ମୀଙ୍କ କରୋନା ସଚେତନତା ରାଲି

0
269

ପୋଲସରା(ନ୍ୟୁଜଏକ୍ସଟ୍ରା) ଦେଶର ବିଭିନ୍ନ ରାଜ୍ୟ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ରୁପ ନେଇଥିବା ବେଳେ ଆମ ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡ଼ିକରେ କରୋନାର ସଂକ୍ରମଣ ଅଧିକ ଦେଖାଯିବା ସହ ଅନ୍ୟ ସମସ୍ତ ଜିଲ୍ଲାରେ କରୋନାର ପ୍ରଭାବ ବଢିବାରେ ଲାଗିଛି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ନେବା ପ୍ରରିପ୍ରେକ୍ଷୀରେ ପୋଲସରା ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାତ୍ର କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ଦିନ ପୋଲସରା ଏନ୍ଏସି ପ୍ରଶାସନ ଓ ଅଙ୍ଗନୱାଡି କର୍ମୀଙ୍କ ମିଳିତ ଉଦ୍ୟମରେ କୋଭିଡି କଟକଣା ସଚେତନତା ନେଇ ଏକ ବିରାଟ ରାଲି ଅନୁଷ୍ଠିତ ହୋଇଥିଲା। ଡାକବାଜି ଯନ୍ତ୍ର ସହ ହାତରେ ପ୍ଲାକ କାର୍ଡ଼ ଧରି ଅଙ୍ଗନୱାଡି କର୍ମୀ ଓ ସ୍ଥାନୀୟ ମହିଳାମାନେ ରାଣିପଡାରୁ ଏକ ବିରାଟ ରାଲିରେ ବାହାରି ପୋଲସରା ମୁଖ୍ୟ ସଡ଼କ ପରିଭ୍ରମଣ କରିବା ସହ ସମସ୍ତ ଜନସାଧାରଣଙ୍କୁ କରୋନା ନିୟନ୍ତ୍ରଣ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ। ପୋଲସରା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ କୁମାର ଦାଶ ସମସ୍ତ ବ୍ୟବସାୟୀମାନଙ୍କୁ କୋଭିଡି କଟକଣାର ପଞ୍ଚସୂତ୍ର ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମଧ୍ୟରେ ଏନ୍ଏସିର କନିଷ୍ଠ କିରାଣୀ ପ୍ରଦିପ୍ତ କୁମାର ସାହୁ, ସୁଦାମ ସାହୁ, ଅଙ୍ଗନୱାଡି ସୁପରଭାଇଜର ରୁନୁ ଦାସ, ଅଙ୍ଗନବାଡ଼ି କର୍ମୀ କାନନବାଳା ତ୍ରିପାଠୀ, ଗୀତାଞ୍ଜଳୀ ପରିଡ଼ା , ମିନତୀ ନାୟକ, ପୁଷ୍ପାଞ୍ଜଳି ପରିଛା, ସଂନ୍ଧ୍ୟା ରାଣୀ ସାହୁ , ସ୍ବର୍ଣ୍ଣଲତା ଆଚାରୀ , ରେଖା ପାତ୍ର ସମେତ ସମସ୍ତ କର୍ମୀ ଓ ସ୍ଥାନୀୟ ମହିଳା ମାନେ ଉକ୍ତ ସଚେତନତା ରାଲିରେ ସାମିଲ ହୋଇଥିଲେ ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here