୮ ମାସ ଶିଶୁର ହୃଦୟରେ ଛିଦ୍ର, ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଆବଶ୍ୟକ, ସହାୟତା ପାଇଁ ମାଆର ଆକୁଳ ନିବେଦନ

0
280

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ନୁଆଁସାହିର କାର୍ତ୍ତିକ ସାହୁ ।ପତ୍ନୀ ଆରତୀ ସାହୁ ଓ ୩ ବର୍ଷ ର ପୁଅ ପ୍ରଦେଶ କୁ ନେଇ କାର୍ତ୍ତିକ ଙ୍କ ସଂସାର ।କାର୍ତ୍ତିକ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଯାହା ଆୟ କରନ୍ତି ସେଥିରେ ସୁଖେଦୁଃଖେ ଚଳିଯାନ୍ତି ।ତେବେ ଆରତୀ ଙ୍କ କୋଳ ମଣ୍ଡନ କରି ୮ ମାସ ତଳେ ଜନ୍ମ ନେଇଥିଲା ଆଉ ଏକ ପୁତ୍ର ରାଜେଶ ।ଗୋଟିଏ ପୁଅ ଥିବା ବେଳେ ଆଉ ଗୋଟିଏ ପୁଅ ଜନ୍ମ ନେବାରୁ ଆରତୀ ଓ କାର୍ତ୍ତିକ ଖୁସି ହୋଇ ଯାଇଥିଲେ ।ଯେମିତି ପୁତ୍ର ରାଜେଶ ର ବୟସ ବଢିଲା ତାସହ ସ୍ୱାସ୍ଥ୍ୟ ସମସ୍ୟା ବଢି ବଢି ଚାଲିଲା ।ବାପା ମାଆ ରାଜେଶ କୁ ଖଲ୍ଲିକୋଟ ମେଡ଼ିକାଲ ପରେ ବ୍ରହ୍ମପୁର ଏମକେସିଜି ରେ ଚିକିତ୍ସା କରିବା ପରେ ତାର ହୃଦୟରେ ଛିଦ୍ର ଥିବା ଜଣାପଡିଥିଲା ।ଏହା ଜାଣିବା ପରେ ବାପା ମାଆ ଙ୍କ ଖୁସି ଉଭେଇ ଯାଇଥିଲା ।ଘରୋଇ ହସ୍ପିଟାଲରେ ଦେଖାଇବା ପରେ ଡାକ୍ତର ଅପେରେସନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଯେଉଁ ଥିରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ।ଏହା ଶୁଣି ଚିନ୍ତାରେ ପଡ଼ିଯାଇଛନ୍ତି ଆରତୀ ଓ କାର୍ତ୍ତିକ ।ଏତେ ଟଙ୍କା କେଉଁଠୁ ଆଣିବେ, ପୁଅର ଅସ୍ତ୍ରୋପଚାର କିଭଳି ହେବ ଏ ନେଇ କଣ କରିବେ କିଛି ବୁଝି ପାରୁନାହାନ୍ତି କାର୍ତ୍ତିକ ।ସରକାର କିମ୍ବା କୌଣସି ଅନୁଷ୍ଠାନ, ବ୍ୟକ୍ତିବିଶେଷ ସହାୟତା ର ହାତ ବଢ଼ାଇଲେ ଏକ ୮ ମାସ ର ଶିଶୁପୁତ୍ର ର ଜୀବନ ବଞ୍ଚି ଯାଆନ୍ତା ।ଏ ନେଇ ସହାୟତା ଯୋଗାଇଦେବାକୁ କୌଣସି ବ୍ୟକ୍ତିବିଶେଷ ଚାହୁଁଥିଲେ ତାଙ୍କର ଇଣ୍ଡିଆନ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୬୦୨୯୧୯୭୬୨୬ କୁ ପଠାଇପାରିବେ ଏବଂ ତାଙ୍କ ମୋବାଇଲ ନମ୍ବର ୮୨୪୯୨୫୫୩୯୫ କୁ ଯୋଗାଯୋଗ କରି ପାରିବେ ବୋଲି ବାପା କାର୍ତ୍ତିକ ସାହୁ କହିଛନ୍ତି । ସେପଟେ ମାଆ ଆରତୀ ସାହୁ ସହାୟତା ଯୋଗାଇଦେବାକୁ ହାତଯୋଡି ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here