ପାରଳା ପୈରାଞ୍ଚଳର ଅବହେଳା ଯୋଗୁଁ ରାସ୍ତା ଉପରେ ବେନିୟମ ଗୃହ ନିର୍ମିତ କରୁଛନ୍ତି

0
300

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈରପରିଷଦ ହେଉଛି ଏକ ପୂରାତନ ପୈରପରିଷଦ, ଜିଲ୍ଲା ରେ କେବଳ ଗୋଟିଏ ମାତ୍ର ପୈରାଞ୍ଚଳ ଯାହାକି ଓଡ଼ିଶା ପ୍ରଦେଶ ଗଠନ ହେବା ଠାରୁ ଆଜି ପର୍ଯ୍ୟନ୍ତ ଟିକିଏ ହେଲେ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳୁନାହିଁ। ସରକାର ଙ୍କ ବିଭିନ୍ନ ପ୍ରକାର ଯୋଜନାରେ କୋଟି କୋଟି ଟଙ୍କା ମଞ୍ଜୁରୀ ମିଳିଥିଲେ ମଧ୍ୟ ସେ ପଇସା କେଉଁ ମାଧ୍ୟମ ରେ ବୀନିଯୋଗ କରାଯାଇଛି ଦେଖିବାକୁ ମିଳିବା କଷ୍ଟ ହେଉଛି କିନ୍ତୁ ସହର ପୂର୍ବରୁ ଯେଉଁ ଅବସ୍ତା ବର୍ତମାନ ମଧ୍ୟ ସେ ଅବସ୍ଥାରେ ରହିଛି। କହିବାକୁ ଗଲେ ପ୍ରତିବର୍ଷ ପୈରପରିଷଦ ର ଜବରଦଖଲ ଉଚ୍ଛେଦ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଦେଖିବାକୁ ମିଳିଛି ଯାହା କି ସମୁଦ୍ର କୁ ସଂଙ୍କେ ପାଣି ସଦୃଶ୍ୟ। ଅଧିକାରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟ କରିବା ଏକ ଦେଖାଣିଆ ଛଡା ଅନ୍ୟ କିଛି ଉପାୟ ନାହିଁ, ପ୍ରତିବର୍ଷ ପୈରପରିଷଦ ଜବରଦଖଲ ଉଚ୍ଛେଦ ବେଳେ ପୋଲିସ ସହ ମାଜିଷ୍ଟ୍ରେଟ ଟିମ୍ ମୃତୟନ ରହି ମୂଖ୍ୟ ରାସ୍ତା ଉପରେ ଅବରୋଧ ହୋଇଥିବା ଘର ଗୁଡ଼ିକ ଉଚ୍ଛେଦ ନହଟେଇବା ରେ ବିଭାଗୀୟ ଅଧିକାରୀ କିଛି ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି କାରଣ ସାଧାରଣ ଲୋକଙ୍କ କହିବା ଅନୁସାରେ ଦୀର୍ଘ ଦିନ ଧରି ୱଡ ନମ୍ବର ୧୪ପିନିଣ୍ପି ପାପାନା ସାହିରେ ମୂଖ୍ୟ ରାସ୍ତା ଅବରୋଧ କରିଥିବା ଏବଂ ରାସ୍ତା ଉପରେ ପକ୍କା ଦୋକାନ ଘର ତିଆରି ହୋଇଥିବା ବେଳେ ଆଊ ଶଙ୍କୁରୀ ବନ୍ଧ ନିକଟରେ ୱଡ ନମ୍ବର ୧୧ବଡବ୍ରାହ୍ମଣ ସାହି ପଛରେ ମୂଖ୍ୟ ରାସ୍ତା ଅବରୋଧ ହୋଇଥିବା ବେଳେ ଏହି ସାହିରେ ଲୋକଙ୍କ ବାରମ୍ବାର ଅଭିଯୋଗ କରୁଥିବା ସତ୍ବେ ଅଧିକାରୀ ତିଳେ ମାତ୍ର କର୍ଣ୍ଣପାତ କରିନଥିବା ସାଧାରଣ ଲୋକେ ଅଭିଯୋଗ ଆଣିଛନ୍ତି। ସାଧାରଣ ଲୋକେ କହିବା ଅନୁସାରେ ଏହି ରାସ୍ତା ଉପରେ ନିର୍ମାଣ ଦିନ ଗୃହ ହେଉଛି ଏକ ଉଦାହରଣ ସ୍ୱରୂପ ସେହିପରି ପୈରାଞ୍ଚଳରେ ରାସ୍ତା ଉପରେ ଅନେକ ଅଞ୍ଚଳରେ ଅନେକ ବେନିୟମ ଘର ନିର୍ମିତ ହେଉଛି। ଯାହା କି ପୈରପରିଷଦ ର ଅବହେଳା ଏବଂ ମନୋମୁଖୀ କାର୍ଯ୍ୟକ୍ରମ କରୁଥିବା ବେଳେ ଅପରପକ୍ଷରେ ପୈରପରିଷଦର ହାତପାଣ୍ଠି ଗୁଡ଼ିକୁ ଅଧିକାରୀ ଙ୍କ ନିଜ ଇଚ୍ଛା ଅନୁସାରେ ଆବଶ୍ୟକତା ନଥିବା କ୍ଷେତ୍ରରେ ବିନିଯୋଗ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ସାଧାରଣ ଲୋକେ। କହିବାକୁ ଗଲେ ପୈରପରିଷଦ ର ରାସ୍ତା କଡ଼ରେ ନାଳ ଉପରେ ଦୋକାନ ନିର୍ମିତ କରି ଥିବା ଯୋଗୁଁ ଆଜି ସଂପୂର୍ଣ୍ଣ ରୁପେ ଟ୍ରାଫିକ ସମସ୍ୟା ପାରଳା ସହରରେ ଦେଖାଦେଉଛି। ଆଜି ସହରରେ ଟ୍ରାଫିକ ସମସ୍ୟା ଉପୁଜିବାରେ ମୂଖ୍ୟ ହେଉଛି ପୈରପରିଷଦ ପକ୍ଷରୁ ନିର୍ମିତ ଦୋକାନ ଘର ହିଁ ଆଜି ସହରରେ ଉନ୍ନତି ରେ ବାଧାପ୍ରାପ୍ତ ହେଉଛି, ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ ହୋଇଥିବା ନାଳ କୁ ଲାଗି ରହିଥିବା ପୈରପରିଷଦ ର ଦୋକାନ ଘର ଗୁଡ଼ିକ ଉଚ୍ଛେଦ ନହଟେଇବା ପର୍ଯ୍ୟନ୍ତ ଏହି ସହରରେ କେବେ ହେଲେ ଟ୍ରାଫିକ ସମସ୍ୟା ସୁଧୁରିବ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here