ଆରମ୍ଭ ହେଲା ଶିକ୍ଷା ଅଧିକାର ପୋର୍ଟାଲ

0
313

ବୁଗୁଡା(ଅନିଲ କୁମାର ମହାରଣା) ଓଡ଼ିଶା ସରକାର ଆଜି ଆରମ୍ଭ କରିଛନ୍ତି ଶିକ୍ଷା ଅଧିକାର ପୋର୍ଟାଲ । rteparadarshi.odisha.gov.in ପୋର୍ଟାଲ ଜରୀଆରେ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀମାନେ ଘରୋଇ ବିଦ୍ୟାଳୟର ୨୫ ପ୍ରତିଶତ ସ୍ଥାନରେ ମାଗଣାରେ ଅଧ୍ୟୟନ ପାଇଁ ଆବେଦନ କରିପାରିବେ। ତାଲିକା ଭୁକ୍ତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀ ମାନେ ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ନାମ ପଞ୍ଜିକରଣ କରିପାରିବେ। କେବଳ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସ୍କୁଲ ଫିସ୍ ର ୨୫ ପ୍ରତିଶତ ଦେବାକୁ ପଡ଼ିବ, ମାତ୍ର ଅନ୍ୟ ଶ୍ରେଣୀରେ ମାଗଣା ପଢିପାରିବେ। ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ତାଲିକା ଭୁକ୍ତ ସ୍କୁଲ ଗୁଡ଼ିକର ରେଜିଷ୍ଟ୍ରେସନ
ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଗତ ବର୍ଷ ମାନଙ୍କରେ ଆର୍ଥିକ ଅନଗ୍ରସର ପିଲାଙ୍କୁ ଘରୋଇ ବିଦ୍ୟାଳୟ ଗୁଡିକରେ ପ୍ରବେଶ ପାଇଁ ଅନିୟମିତତା ନେଇ ଅଭିଯୋଗ ହୋଇଥିବା ଯୋଗୁଁ ସେଥିରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here