ମହିଳା ଯନ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସହକର୍ମୀ ଯନ୍ତ୍ରୀ ଗିରଫ

0
365

ଭଞ୍ଜନଗର: ଗତମାସ ୨୪ ତାରିଖରେ ବନ୍ଦ ଘରୁ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର କନିଷ୍ଠ ଯନ୍ତ୍ରୀ ଜେ ଅନୀତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଶନିବାର ପୁଲିସ୍ ତାଙ୍କ କାର୍ଯ୍ୟାଳୟର ପୁରୁଷ ସହକର୍ମୀ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ୍ୟୁ ପୂର୍ବରୁ ଅନୀତା କରିଥିବା ଭିଡିଓ ଏବଂ ସୁଇସାଇଡ୍ ନୋଟ ଆଧାରରେ ପୁଲିସ୍ ତଦନ୍ତ କରି କନିଷ୍ଠ ଯନ୍ତ୍ରୀ ସହଦେବ ମାରଧେଇକୁ କାର୍ଯ୍ୟାଳୟରୁ ଗିରଫ କରିଛି। ସହଦେବ ଅନୀତାଙ୍କ ମଧ୍ୟରେ ପ୍ରେମ ସଂର୍ପକ ରହିଥିବା ବେଳେ ବିବାହ କରିବା ପ୍ରତିଶ୍ରୁତି ଦେଇ ତା ସହ ଶାରିରିକ ସଂର୍ପକ ମଧ୍ୟ ରଖିଥିଲେ। ଗତ ଫେବ୍ରୁଆରି ମାସରେ ସହଦେବଙ୍କ ଅନ୍ୟତ୍ର ବିବାହ ହୋଇଯିବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଯାହାର ଫଳ ସ୍ବରୂପ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା ଭିଡ଼ିଓ ଏବଂ ସୁଇସାଇଡ ନୋଟରୁ ପରିବାର ଲୋକ ପ୍ରମାଣ ପାଇବା ପରେ ଅନୀତାଙ୍କ ଭଉଣୀ ଜେ.ଆରତୀ ଥାନାରେ ଏତଲା ଦେଇଥିଲେ। ଏସଂକ୍ରାନ୍ତରେ ପୁଲିସ୍ କେସ୍ ନମ୍ବର ୨୬୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ସହଦେବକୁ ଗିରଫ କରାଯିବା ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here