ଅଙ୍ଗାର ଗାଁ ଠାରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

0
373

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ତ୍ରିମୁର୍ତ୍ତି ଖେଳ ପଡିଆ ରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଟୁର୍ନାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି | ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଅଙ୍ଗାରଗାଁ ପଞ୍ଚାୟତ ର ସରପଞ୍ଚ ଶ୍ରୀ ସରୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସନମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟାକ୍ଷ ଶ୍ରୀ ଭ୍ରମର ଭୂୟାଁ ଯୋଗ ଦେଇଥିଲେ |ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଶୋକ ତାରିଣୀ,ପ୍ରତାପ କୁମାର ଜେନା, ବସନ୍ତ ଭୂୟାଁ,ବିପ୍ର ଚରଣ ପ୍ରଧାନ,ସନ୍ତୋଷ କୁମାର ସ୍ୱାଇଁ,ଟିଟ୍ଟୁ ବିଶୋଇ, ରାଜେନ୍ଦ୍ର ବିଶ୍ୱାଳ, ତ୍ରିନାଥ ଭୂୟାଁ, ମହେଶ୍ୱର ପୃଷ୍ଟି, ଅଶୋକ ବିଶୋଇ,ଗାନ୍ଧୀ, ଚନ୍ଦନ,କୃଷ୍ଣ ଡାକୁଆ ପ୍ରମୁଖ ଙ୍କ ଉପସ୍ଥିତି ରେ ଉଦ୍ଘାଟନୀ କାର୍ଯ୍ୟ ର ପ୍ରାରମ୍ଭ ରେ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା |ପରେ ପରେ ଜାତୀୟ ସଂଗୀତ ଗାନ କରାଯାଇ ସମସ୍ତ ଖେଳାଳିଙ୍କୁ ଖେଳ ର ନିୟମାବଳୀ ସମ୍ପର୍କ ରେ ଅବଗତ କରାଯାଇଥିଲା |ଆଜିର ଉଦ୍ଘାଟନୀ ମ୍ୟାଚରେ ସାଂକୁଡା ସହିତ ନାୟିକାଣୀପଲ୍ଲୀ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ବେଳେ ଏହି ମ୍ୟାଚ ରେ ନାୟିକାଣୀପଲ୍ଲୀ ଟିମ ପ୍ରଥମ ଦୁଇ ଟି ସେଟ ଜିତି ଥିଲା |ଏହି ଟୁର୍ନାମେଣ୍ଟ ରେ ମୋଟ 16 ଟି ଆଞ୍ଚଳିକ ଦଳ ଅଂଶ ଗ୍ରହଣ କରିବେ | ଘଟଣା କ୍ରମେ ଆଜି ଉଦ୍ଘାଟନୀ ସମାରୋହରେ ଯୋଗ ଦେବାକୁ ଥିବା ଅଞ୍ଚଳ ର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଙ୍କୁ ହରାଇ ସରପଞ୍ଚ,ଉପାଧ୍ୟକ୍ଷ ଙ୍କ ସମେତ ସମସ୍ତ କ୍ରୀଡା ପ୍ରେମୀ, ଯୁବ ନେତା ଗଭୀର ଦୁଃଖ ପ୍ରକାଶ କରିଥିଲେ | ଆସନ୍ତା ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ କହିଛନ୍ତି ବ୍ଲକ ଉପାଧ୍ୟାକ୍ଷ ଶ୍ରୀ ଭ୍ରମର ଭୂୟାଁ | ଅଉପଚାରିକ ଉଦଘାଟନ ସମାରୋହ ରେ ସ୍ଥାନୀୟ ଯୁବ ଖେଳାଳି ଙ୍କ ମିଳିତ ଉଦ୍ୟମରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିବା କହିଛନ୍ତି ଆୟୋଜକ କମିଟି ସଭାପତି ସନ୍ତୋଷ କୁମାର ସାହୁ |ଏହି ମ୍ୟାଚ କୁ କେ.ଜନାର୍ଦନ ଆଚାରୀ ପରିଚାଳନା କରିଥିବା ବେଳେ ବିଭୁତି ପ୍ରଧାନ,ସତ୍ୟ ନାରାୟଣ ସାହୁ ଭାଷ୍ୟକାର ଦାୟିତ୍ୱ ତୁଲାଇ ଥିଲେ |

LEAVE A REPLY

Please enter your comment!
Please enter your name here