ଲଗାଣ ବର୍ଷାରେ ରାସ୍ତା ଧୋଇହୋଇ ରାଇକିଆ ଦାରିଙ୍ଗିବାଡି ଯାତାୟାତ ଠପ

0
611

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଇକିଆ ଠାରୁ ଦାରିଙ୍ଗିବାଡି ଯାତାୟାତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଅଛି । ପ୍ରାପ୍ତ ଖବର ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ସଦର ବଜାର ଠାରୁ ୭ କିମି ଦୂର ସୁଗଡବାଡି ପଞ୍ଚାୟତ ଅନ୍ତର୍ଗତ ମୁରୁଡିକୁପୁଡା ଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ କଲଭର୍ଟ ଧୋଇହୋଇ ଏକ ବିରାଟ ଗର୍ତ ସୃଷ୍ଟି ହେବାରୁ ଉକ୍ତ ରାସ୍ତା ଦେଇ ଯାଉଥିବା ସରକାରୀ, ବେସରକାରୀ ବସ ଏବଂ ଅଟୋ ଚଳାଚଳ ବନ୍ଦ ହୋଇଯାଇଅଛି । ଉକ୍ତ ଅଞ୍ଚଳର ଲୋକେ ମୁଖ୍ୟତଃ ସ୍ୱାସ୍ଥ୍ୟସେବା ଏବଂ ନିଜର ଦୈନନ୍ଦିନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନିମନ୍ତେ ରାଇକିଆ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଅଛି ।

LEAVE A REPLY

Please enter your comment!
Please enter your name here