ଋଷୁକୁଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ଘଟଣା,ଶାଶୁ ଶଶୁର ସହ ସ୍ତ୍ରୀ ଗିରଫ

0
441

ଭଞ୍ଜନଗର: ଗତ 22 ତାରିଖରେ ଋଷିକୂଲ୍ୟା ନଦୀ ପଠାରୁ ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର ଘଟଣାରେ ଆଜି ପୋଲିସ ଶାଶୁ ,ଶଶୁର ସମେତ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଘଟିଥିଲା ଗଞ୍ଜାମ ସୋରଡ଼ା ଥାନା ପୁଷ୍ପନଗର ଗ୍ରାମରେ। ଗିରଫ ଅଭିଯୁକ୍ତ ମାନେ ହେଲେ ସୁରମଣି ଗ୍ରାମର ସ୍ତ୍ରୀ ଝିଲି ନାଇକ,ଶାଶୁ କିଶୋରୀ ନାଇକ ଓ ଶଶୁର କବିରାଜ ନାଇକ।ସେମାନଙ୍କ ନିକଟରୁ ହତ୍ୟା ରେ ବ୍ୟବହୃତ ଏକ ଧାରୁଆ କାତି ମଧ୍ୟ ପୋଲିସ ଜବତ କରିଛି।ସୂଚନା ମୁତାବକ ଗୁଡିଢେପ ଗ୍ରାମର ଭଗବାନ ନାଇକ ସୁରମଣି ଗ୍ରାମର ଝିଲି ନାୟକଙ୍କୁ 10 ବର୍ଷ ପୂର୍ବେ ବିବାହ କରିଥିଲେ।ବିବାହ ର କିଛି ବର୍ଷ ପରେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ଉଭୟ ପତି ପଂତ୍ନୀ ମଧ୍ୟରେ ଝଗଡା ଲାଗି ରହୁଥିଲା।କିଛି ଦିନ ପୂର୍ବରୁ ସ୍ୱାମୀଠାରୁ ଅଲଗା ହୋଇ ସ୍ତ୍ରୀ ଝିଲି ନାଇକ ତାର ଦୁଇ ଛୁଆକୁ ଧରି ପୁଷ୍ପନଗର ଗ୍ରାମରେ ଭଡାକୁ ରହୁଥିଲେ। ଗତ 18 ତାରିଖରେ ସ୍ୱାମୀ ଭଗବାନ ନାଇକ ନିଜ ଦୁଇ ଛୁଆକୁ ଦେଖିବାକୁ ପୁଷ୍ପନଗର ଆସି ସ୍ତ୍ରୀ ସହିତ ଝଗଡା କରିଥିଲା।ଝିଲି ଝଗଡା ବିଷୟରେ ନିଜ ବାପା ଓ ମା ଙ୍କୁ ଖବର ଦେବାରୁ ବାପା ମା ମଧ୍ୟ ପୁଷ୍ପନଗର ରେ ଆସି ପହଞ୍ଚିଥିଲେ।ସ୍ୱାମୀର ଅକଥନୀୟ ନିର୍ଯ୍ୟାତନା ସହିନପାରି ସବୁଦିନ ପାଇଁ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ଯୋଜନା କରିଥିଲା।ଠିକ ସେହିଦିନ ରାତି 10 ଟା ସମୟରେ ଶାଶୁ ଶଶୁର ଓ ସ୍ତ୍ରୀ ମିଶି ଭଗବାନ ସହ ଝଗଡା କରିଥିଲେ।ପରେ ଅଧିକ ଉତକ୍ଷିପ୍ତ ହୋଇ ଶଶୁର ଏକ ଧାରୁଆ କାତିରେ ଭଗବାନ ଙ୍କ ବେକକୁ ପ୍ରହାର କରିବା ପରେ ଶରୀରରୁ ମୁଣ୍ଡଟି ସମ୍ପୂର୍ଣ ଅଲଗା ହୋଇଯାଇଥିଲା।ପ୍ରମାଣ ନଷ୍ଟ କରିବା ପାଇଁ ଶାଶୁ ଶଶୁର ଓ ସ୍ତ୍ରୀ ମିଶି ଋଷିକୂଲ୍ୟା ନଦୀ ପଠା ବାଲିରେ ମୃତ ଦେହକୁ ନେଇ ଅଲଗା ଅଲଗା ସ୍ଥାନରେ ନେଇ ପୋତି ଦେଇଥିଲେ।ଚାରିଦିନ ପରେ ଦୁର୍ଗନ୍ଦ ବହାରିବାରୁ ନଦୀକୁ ଗାଧୋଇ ଯାଇଥିବା ଲୋକେ ପୋଲିସ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର,ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ମୁଣ୍ଡକୁ ମଧ୍ୟ ଖୋଜି ବାହାର କରିଥିଲା।ମୃତକଙ୍କ ଭାଇଙ୍କ ଅଭିଯୋଗକୁ ଭିତି କରି ପୋଲିସ ଅଧିକା ତଦନ୍ତ କରି ଶେଷରେ ହତ୍ୟାକାରୀ ଙ୍କ ନିକଟରେ ପହଂଚି ସମସ୍ତଙ୍କୁ ଗିରଫ କରି କୋର୍ଟଚାଳାଣ କରିଛି ।ଏହି ସମସ୍ତ ଘଟଣା ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମାଶଙ୍କର ସିଂ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here