ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ପୋଚ ଜବତ

0
415

କୋଟପାଡ଼( ନ୍ୟୁଜ୍ ଏକ୍ସଟ୍ରା) କୋରାପୁଟ ଜ଼ିଲ୍ଲାର କୋଟପାଡ଼ ଥାନା ଅଞ୍ଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ନିର୍ମାଣ ବ୍ୟାପାର ବ୍ୟାପକ ପରିମାଣରେ କରାଯାଉଥିବା ବେଳେ ଆଜି କୋଟପାଡ଼ ଅଞ୍ଚଳର ଦାବୁଗୁଡ଼ା ଓ ଶୁଣ୍ଡିଧାରଗୁଡ଼ି ଗ୍ରାମରେ ଅବକାରୀ ପୋଲିସ ଓ ସ୍ଥାନୀୟ ପୋଲିସ ଚଡ୍ଡଉ କରି ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରିଛନ୍ତି l
ପ୍ରାପ୍ତ ସୂଚନା ପ୍ରକାରେ, କୋରାପୁଟ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କୋଟପାଡ଼ ଅବକାରୀ ଅଧିକାରୀ କେ. ତ୍ରିପତି ପଟନାୟକଙ୍କ ନେତୃତ୍ୱରେ ଏକ ଦଳ ଜ଼ିଲ୍ଲା ଷ୍ଟ୍ରାଇକିଙ୍ଗ ଫୋର୍ସ, ଜ଼ିଲ୍ଲା ଏପିଆର ଫୋର୍ସଙ୍କ ସହାୟତାରେ କୋଟପାଡ଼ ଅଞ୍ଚଳରେ ଥିବା ଦାବୁଗୁଡ଼ା ଏବଂ ଶୁଣ୍ଡିଧାରଗୁଡ଼ି ଗ୍ରାମରେ ଚଢଉ କରିଥିଲେ ଏବଂ ସାତଶହ କୋଡିଏ ଲିଟର ଦେଶିମଦ ଜବତ ଓ 7350 ଲିଟର ମଦପୋଚ ନଷ୍ଟ କରିଛନ୍ତି କିନ୍ତ ଏହି ବେଆଇନ କାର୍ଯ୍ୟରେ ଲିପ୍ତ କୌଣସି ଲୋକକୁ ଧରିବାରେ ଅସଫଳ ହୋଇଛନ୍ତି lଚଡ୍ଡଉ ସମୟରେ ଡିଏସଏଫ ଇନ୍ସ୍ପେକଟର ଦିଲୀପ ରଥ, ସବ-ଇନ୍ସ୍ପେକଟର ଖଗେସ୍ୱର କଲଟା, କୋଟପାଡ଼ ପୋଲିସ ଓ କୋଟପାଡ଼ ଅବକାରୀ ପୋଲିସ ଦଳ ସାମିଲ ଥିଲେ l
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here