ସହଯୋଗର ହାତ ବଢାଇଲା ପ୍ରବାସୀ ଓଡ଼ିଆ ସମାଜ

0
240

ବୁଗୁଡା:ସୁରାଟ ସହରରେ ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ କୁଶଳୀ ଓ ଅନକୁଶଳୀ କାରିଗର ଭାବେ କାର୍ଯ୍ୟ କରୁଛନ୍ତି। ସୁରାଟର ଫ୍ୟାକ୍ଟେରୀ ମାଲିକମାନେ ଓଡ଼ିଆ ଶ୍ରମିକ ମାନଙ୍କ ପାଇଁ ଶ୍ରମ ଆଇନର କୌଣସି ସୁବିଧା ଯୋଗାଇ ଦେଇନଥିବା ବେଳେ ଦେବଦୂତ ସଦୃଶ୍ୟ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସାହାଯ୍ୟ କରୁଛନ୍ତି। ବହୁ ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ଉପାୟରେ ଟ୍ରଷ୍ଟର ସଭାପତି ଶ୍ରୀ ସାହୁ ସହଯୋଗର ହାତ ବଢାଇଥିବା ନଜିର ଅଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୋଡଙ୍ଗୀ ଗ୍ରାମର ପ୍ରଫୁଲ କୁମାର ରାହା ସୁରାଟର ପାଣ୍ଡେସରା ଅଞ୍ଚଳର ଅମ୍ବିକା ନିକେତନରେ ରହୁଥିଲେ। ପ୍ରଫୁଲ ରାହା ମସ୍ତିଷ୍କ ରକ୍ତ ପ୍ରବାହ ଜନିତ ରୋଗରେ ପୀଡିତ ହୋଇ ୟୁନିକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ପଡିବା ଯୋଗୁଁ ପ୍ରଫୁଲ ଙ୍କ ଧର୍ମପତ୍ନୀ ତଥା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ଜଗତ ଜନନୀ ମହିଳା ମଣ୍ଡଳର ସଂଗଠିକା କଲ୍ୟାଣୀ ରାହା ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁଙ୍କ ସହଯୋଗ ମାଗିଥିଲେ। ସଭାପତି ଶ୍ରୀ ସାହୁ ବ୍ୟକ୍ତିଗତ ଭାବେ କିଛି ଅର୍ଥ ଦେବାସହ ସରକାରୀ ଆର୍ଥିକ ସହାୟତା ରେ ଚିକିତ୍ସା ପାଇଁ ଗୁଜରାଟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅମୃତ କାର୍ଡ ଗୋଟିଏ ଦିନ ମଧ୍ୟରେ ସଂଗ୍ରହ କରି ଟ୍ରଷ୍ଟର ଅଫିସ ସମ୍ପାଦକ ଜୟରାମ ଦଳେଇଙ୍କ ଦ୍ଵାରା ୟୁନିକ ହସପିଟାଲରେ ପହଞ୍ଚାଇଥିଲେ। ଯାହା ଫଳରେ ପ୍ରଫୁଲ କୁମାର ରାହାଙ୍କ ଅସ୍ତ୍ରୋପଚାର ହେବାସହ ସୁସ୍ଥହୋଇ ଘରକୁ ଫେରିବା ପରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାଇବା ସହ ଟ୍ରଷ୍ଟର ସହଯୋଗରେ ସେ ନୂତନ ଜୀବନ ପାଇପାରିଲେ ବୋଲି ପ୍ରକାଶ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here