ବୁଗୁଡା ବ୍ଲକ ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ବୈଠକ

0
256

ବୁଗୁଡା: ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଭାର ସଭାପତି ପ୍ରାଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବ୍ଲକ, ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ବୁଗୁଡା, ଶ୍ରୀ ବଳଦେବ ସ୍ୱାମୀ ମନ୍ଦିର ପରିସରରେ ଜୁନ ୨୫ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୁଗୁଡା ବ୍ଲକ ସଭାପତି କାଳୀ ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ଦୁର୍ଗମାଧବ ପାଣି ସଂଯୋଜନା କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଗବେଷକ ବିଭୁତି ଭୂଷଣ ମିଶ୍ର ଯୋଗଦେଇ ବ୍ରାହ୍ମଣ ସମିତିର ସାଂଗଠନିକ ସୁଦୃଢ ସମ୍ପର୍କରେ ମତ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥିଭାବେ ଡ଼ଃ ସୂର୍ଯ୍ୟ ନାରାୟଣ ଦାଶ, ଚିତ୍ତରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ଦାଶ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ନୂତନ ଭାବେ ଓଡିଶା ବ୍ରାହ୍ମଣ ସମିତିର ସଦସ୍ୟ ବୃନ୍ଦଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସମିତି ପକ୍ଷରୁ ମାସ୍କ ବଣ୍ଟନ କରାଯାଇ କରୋନା ସଂକ୍ରମଣ ନେଇ ସଚେତନ କରା ଯାଇଥିଲା। ଶେଷରେ ସଂଗଠନର ଉପଦେଷ୍ଟା ରାଜ କିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here