ଅଡବାରେ ଏ.ଟି.ଏମ ପାଇଁ ଦାବି

0
309

ମୋହନା(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ ପଞ୍ଚାୟତ ପ୍ରତେକ ଗାଁ ଠାରୁ ମୋହନା ବ୍ଲକ ୩୦ରୁ ୪୦କିମି ଦୂରତା କୋଣସି ଭି ବ୍ଲକ କାମ ହେଉ କିମ୍ବା ଟଙ୍କା ଉଠାଇବା ପାଇଁ ହେଲେ ମୋହନା ଆସିବାକୁ ପଡୁଛି ଯଦିବା ଆସିଲେ ଗୋଟେ ଦିନ ବିତି ଯାଉଛି ତ ବେଙ୍କରେ ଲିଙ୍କ ମଧ୍ୟ ନଥାଉଛି ଜା ଫଳରେ ଲୋକେ ନାଇଁ ନଥିବା ହଇରାଣ ହେଉଛନ୍ତି ।ଆଡବା ଗାଁ ଉପରେ ପ୍ରାୟ ୨୦ରୁ ଉର୍ଦ୍ଧ ପଞ୍ଚାୟତବାସୀ ନିର୍ଭୟ କରନ୍ତି।ବିଭିନ୍ନ କାମରେ ହେଲେ ଏଠି ଏଟିଏମ୍ ନଥିବାରୁ ଲୋକେ ମୋହନା ନଚେତ ଦିଗପହଣ୍ଡି ଯିବାକୁ ପଡୁଛି ଏଠି ଏକ ବଡ଼ ସାପ୍ତାହିକ ହାଟ ହୁଏ ଯାହାକି ଅଞ୍ଚଳର ବିଭିନ୍ନ ଲୋକ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସନ୍ତି ଟଙ୍କା ନ ଉଠାଇ ପାରି ନିରାଶ ରେ ଫେରୁଛନ୍ତି । ଯଦିବା ସରକାର ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ନଜର ଦେଇ ଏକ ଏଟିଏମ ସ୍ଥାପନ କଲେ ଅଞ୍ଚଳ ବାସୀ ଉପକୃତ ହୁଅନ୍ତେ ବୋଲି ୨୦ରୁ ଉର୍ଦ୍ଧ ପଞ୍ଚାୟତବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here