ତଲାସିଙ୍ଗି ଗ୍ରାମରେ ମାଗଣା ଗ୍ଳୁକୋମା ଚକ୍ଷୁ ପରୀକ୍ଷା ଚିହ୍ନଟ ଶିବିର ଅନୁଷ୍ଠିତ

0
184

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି ଗ୍ରାମରେ ରବିବାର ଦିନ ଏକ ମାଗଣା ଗ୍ଳୁକୋମା ଚକ୍ଷୁ ପରୀକ୍ଷା ଚିହ୍ନଟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସମିତି ସଭ୍ୟ ତଥା କଇଠଖଣ୍ଡି ସେବା ସମବାୟ ସଭାପତି ସିମାଞ୍ଚଳ ପାଣିଗ୍ରାହୀଙ୍କ ନୂତନ ଗୃହ ପ୍ରବେଶ ଅବସରରେ ଆଜି ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ଯୋଗ ଦେଇଥିଲେ । ଏଥିସହ ଆୟାରଲ୍ୟାଣ୍ଡରେ ରହୁଥିବା ସଭାପତିଙ୍କ ପୁଅ ଜ୍ଞାନ ରଞ୍ଜନ ପାଣିଗ୍ରାହୀ ନିଜ ପ୍ରଚେଷ୍ଟାରେ ଗ୍ରାମାଞ୍ଚଳ ମାନଙ୍କରେ ରହୁଥିବା ଲୋକେ ଏହି ଚିକିତ୍ସା ଯେପରି ସୁବିଧା ଓ ମାଗଣାରେ ପାଇପାରିବେ ବୋଲି ଏଭଳି ମହତ୍ଵ କାର୍ଯ୍ୟକ୍ରମର ଆୟୋଜନ କରିଥିବା କହିଛନ୍ତି । ବ୍ରହ୍ମପୁର ଇକୋଶ ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ସର୍ବମୋଟ ୧୨୭ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିବା ବେଳେ ୨୮ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଶେଷରେ ୩୨ ଜଣଙ୍କୁ ପରଳ ତଥା ମୋତିଆ ବିନ୍ଦୁ ଚିହ୍ନଟ ପରେ ମାଗଣା ଗ୍ଳୁକୋମ ଚକ୍ଷୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ନିଆଯାଇଛି । ଇକୋଶ ଚକ୍ଷୁ ଚିକିତ୍ସାଳୟ କ୍ଯାମ୍ପ କର୍ମକର୍ତ୍ତା ସନ୍ତୋଷ ସାବତ , ଜଗନ୍ନାଥ ପ୍ରଧାନ , କିରଣ ଆଚାର୍ଯ୍ୟ , ରାହୁଲ ଖଟେଇ , ରମେଶ ପଣ୍ଡା , ସଲିମ ଓ ଶ୍ରୀଧର ଶିବିର ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here