ଓଡ଼ିଶାର ଗଞ୍ଜେଇ ବିହାରକୁ ଚୋରାଚାଲାଣ ବେଳେ ୧୦ବସ୍ତା ଗଞ୍ଜେଇ ଜବତ; ୨ ଗିରଫ

0
268

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ତାରାବାଙ୍ଗ ଗ୍ରାମ ନିକଟରେ ପୋଲିସ ପେଟ୍ରୋଲିଂ କରିବା ସମୟରେ ସନ୍ଦେହ ଜନକ ଭାବେ ଗୋଟିଏ ଟାଟା ଗାଡି ଜାଞ୍ଚ କରିଥିଲେ। ଏହି ଅବସରରେ ଓଡ଼ିଶା ରୁ ଗଞ୍ଜେଇ ଅନ୍ୟ ରାଜ୍ୟ କୁ ଚାଲଣ ହେଉଥିବା ସନ୍ଦେହ କରିଥିଲେ। ସେଥିମଧ୍ୟରୁ ୨ଜଣକୁ ବାହାରରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କାରୁଥିବା ବ୍ୟକ୍ତି କୁ ଗିରଫ କରିବାସହ ଟାଟା୧୧୦୯ଗାଡି ସମେତ୧୦ ବସ୍ତା ଗଞ୍ଜେଇ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ବିହାର ରାଜ୍ୟର ନିଜାରୁଦ୍ଧିନ ଅନ୍‌ସାରୀ ଏବଂ କାଶିନାଥ ସିଂ ବୋଲି ଆର ଉଦୟଗିରି ଥାନାସୁତ୍ରରୁ ଜଣାପଡିଛି । ଆର ଉଦୟଗିରି ଥାନାଧିକାରୀ ରବିନ୍ଦ୍ର କୁମାର ପଣ୍ଡା ଓ ଏସଆଇ ମୁକେଶ ଲାକ୍ରା ପୋଲିସ ରାତ୍ରି ସମୟରେ ପେଟ୍ରୋଲିଂ କରି ଫେରୁଥିବା ସମୟରେ ଗୁରୁବାର ସକାଳ ପ୍ରାୟ ୬.୩୦ମିନଟ୍ ସମୟରେ ତାରାବାଙ୍ଗ ଗ୍ରାମ ପାଶ୍ୱର୍ରୁ ଗାଡି ନଂ-ବିଆର ୧୯ଏଫ ୧୨୫୦ ଟାଟା୧୧୦୯ଗାଡିଟି ଯାଉଥିବା ବେଳେ ପୁଲିସ ସନ୍ଦେହଜନକ ଭାବେ । ପୋଲିସ ଟ୍ରକଟିକୁ ଅଟକାଇବା ସହ ଯାଞ୍ଚ କରିଥିଲା ସେଥିରୁ ୧୦ବସ୍ତା ଗଞ୍ଜେଇ ଥିବାର ଜଣାପଡିଥିଲା । ପୋଲିସ ଘଟଣାସ୍ଥଳରୁ ଟାଟା୧୧୦୯ ଗାଡି ସହ ଗଞ୍ଜେଇକୁ ଜବତ କରିବା ସହିତ ୨ଜଣକୁ ଗିରଫ କରିଥିଲା ।ସେମାନେ ଏହି ଗଞ୍ଜେଇକୁ ବିହାର ରାଜ୍ୟକୁ ଚାଲାଣ କରୁଥିଲେ ବୋଲି ପୋଲିସ ସୂଚନା ପ୍ରଦାନ କରିଛି । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଆର ଉଦୟଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ(ବିଡିଓ)ଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରିବାରୁ ୩କ୍ୱିଣ୍ଟାଲ୩୨କିଲୋ୯ଶହ ଗ୍ରାମ ହୋଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୭ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ୨ଅଭିଯୁକ୍ତ ବରୁଦ୍ଧରେ ଆର ଉଦୟଗିରି ଥାନା କେସ ନଂ-୭୮/୨୦୨୧ ଏନଡିପିସି ନିୟମ ଅନୁସାରେ ୨୦(ଖ)(।।)(ଗ),୨୫ ଓ ୨୯ରେ ମାମଲା ରୁଜୁ କରିଛନ୍ତି । ଉକ୍ତ ମାମଲାର ତଦନ୍ତ ଏସଆଇ ଏଚ କେ ସେଠୀ କରୁଥିବାର ଥାନାଧିକାରୀ ରବିନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here