ଚୋରି କରୁଥିବା ବେଳେ ସ୍ଥାନୀୟ ଯୁବକଙ୍କୁ କାବୁକରି ନିସ୍ତୁକ ମାଡ ମାରୁଥିବା ଭିଡ଼ିଓ ଭାଇରଲ

0
406

ବେଗୁନିଆପଡା: ତିନି ଯୁବକ ଟଙ୍କା ବ୍ୟାଗ ଛଡାଇ ବାଇକ୍ ରେ ଯିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା କାବୁ ହେଲେ ଯୁବକ l ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଯୁବକଙ୍କୁ ନିର୍ଧୁମ ମାଡ ମାରିବା ସହିତ ବାଇକ୍ କୁ ପଥର ଛେଚି ଭାଙ୍ଗିଦେବା ପରେ ଶେଷରେ ଥାନା ରେ ଯୁବକଙ୍କୁ ଜିମା ଦେଇଥିବା ସୂଚନା ମିଳିଛି l ସେପଟେ ଯୁବକଙ୍କୁ ମାଡାମାରିବା ବେଳର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବ ଠାରେ ଗତକାଲି ସନ୍ଧ୍ୟା ସମୟରେ ତିନି ଯୁବକ ବାଇକ୍ ରେ ଆସି ଜଣେ ବ୍ୟକ୍ତିଙ୍କ ଠାରୁ କଥାହେବା ବାହାନାରେ ଟଙ୍କା ବ୍ୟାଗ୍ ଛଡାଇ ଚମ୍ପଟ ମାରିବାକୁ ଉଦ୍ୟମ କଲା ବେଳେ ସ୍ଥାନୀୟ ଲୋକ ସେମାନଙ୍କୁ କାବୁ କରିବା ସହିତ ନିସ୍ତୁକ ମାଡମାରି ଯୁବକ ମାନେ ଆସିଥିବା ବାଇକ କୁ ମଧ୍ୟ ଭାଙ୍ଗି ଦେଇଥିଲେ l

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here