ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
376

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଶନିବାର ସକାଳେ ହିଞ୍ଜିଳି ପୁଲିସ ସ୍ଥାନୀୟ ପୈ।ରାଞ୍ଚଳ ନେହେରୁ ମାର୍ଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣକ ଆସିକା ଥାନା ଖଡଭାଗ ଗ୍ରାମର ଇଶ୍ଵର ସ୍ବାଇଁଙ୍କ ପୁଅ ମଙ୍ଗୁଳୁ (୧୮) । ଏ ନେଇ ହିଞ୍ଜିଳି ଥାନାରେ ୨୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ଯୁବକ ଜଣକ ହିଞ୍ଜିଳିକାଟୁ ଅଞ୍ଚଳର ମହେଶ୍ବର ସାହୁଙ୍କ ମିଠା ଦୋକାନରେ ଗତ କିଛି ବର୍ଷ ଧରି କାମ କରି ଆସୁଥିଲେ । ଶନିବାର ସକାଳୁ ମାଲିକଙ୍କ ଘରର ଛାତ ରେଲିଙ୍ଗରେ ଲୁଗା ସହାୟତାରେ ଆତ୍ମହତ୍ୟା କରିଥିବା ମାଲିକ ଦେଖି ଯୁବକଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here