ଘର ଭିତରୁ ନାଗ ସାପ ଉଦ୍ଧାର

0
296

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ନୂଆସାହି ଗ୍ରାମର କାଳୁ ଚରଣ ବେହେରା ଙ୍କ ଘର ଭିତରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ସୂଚନା ରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ଶ୍ରୀ ବେହେରା ଙ୍କ ଘର ଭିତରେ ଏକ ନାଗ ସାପ ଥିବା ର ତାଙ୍କ ପରିବାର ସଦସ୍ୟ ମାନେ ଦେଖିଥିଲେ ସାଙ୍ଗେ ସାଙ୍ଗେ ଶ୍ରୀ ବେହେରା ତାଙ୍କ ପୁତ୍ର ଶିକ୍ଷକ ବଳରାମ ବେହେରା ଙ୍କୁ ଖବର ଦେଇଥିଲେ । ବଳରାମ କିଛି ସ୍ଵେଚ୍ଛାସେବୀ ଯୁବକ ମାନଙ୍କୁ ସାଙ୍ଗରେ ଆଣି ସାପ ଟିକୁ ଉଦ୍ଧାର କରିବା ସହ ନିକଟ ଜଙ୍ଗଲରେ ଛାଡିଥିଲେ ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here