ଟ୍ରାଫିକ ନିୟମ ଉଲ୍ଲଂଘନ ୧୨୪୪ଟି-ଇ ଚାଲାଣ ,୬୨୩୮ ଡ୍ରାଇଭିଂ ଲାଇସେନ୍ସ ବାତିଲ

0
696

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ପୋଲିସ,ପ୍ରସାଶନ,ବିଭିନ୍ନ ସଂସ୍ଥା ତଥା ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜନସାଧାରଣଙ୍କୁ ଟ୍ରାଫିକ ନିୟମ ମାନି ଚାଲିବା ପାଇଁ ସଚେତନ କରାଇବା ସତ୍ୱେ ବହୁ ମାତ୍ରାରେ ଜୋରିମାନା ଆଦାୟ ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଟ୍ରାଫିକ ନିୟମ ଉଲଙ୍ଘନକାରି ଲୋକମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆରଟିଓଙ୍କ ପକ୍ଷରୁ ୬୨୩୮ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି ଯଥାକ୍ରମେ ୨୦୧୮ମସିହାରେ ୨୮୬୩ ଜଣ, ୨୦୧୯ମସିହାରେ ୩୩୭୫ ଜଣ । ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନା ପକ୍ଷରୁ ୨୧୩୧ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଖୋଦ ଆରଟିଓଙ୍କ ପକ୍ଷରୁ ୧୨୪୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ଗଞ୍ଜାମ ଓ ଭଞ୍ଜନଗର ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ୍ ନିୟମ ଉଲଙ୍ଘନ କରିଥିବା ଗଞ୍ଜାମର ୧୧୪୦ ଓ ଭଞ୍ଜନଗରର ୧୦୪ ଜଣଙ୍କୁ ଇ-ଚାଲାଣ ଦିଆଯାଇଛି । ବର୍ଷକ ମଧ୍ୟରେ ହେଲମେଟ୍ ପିନ୍ଧିନଥିବା ଗାଡିଚାଳକଙ୍କ ଠାରୁ ୮୫,୯୪୩ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେଥିମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ୭୫,୫୯୯ ଜଣଙ୍କଠାରୁ ୧ କୋଟି ୨୨ ଲକ୍ଷ ୧୧ ହଜାର ୩୦୦ ଟଙ୍କା, ଆରଟିଓଙ୍କ ପକ୍ଷରୁ ୧୦,୩୪୪ ଜଣଙ୍କଠାରୁ ୫ ଲକ୍ଷ ୧୩ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି,ଯାଞ୍ଚ ବେଳେ ଗାଡି ବୀମା ପ୍ରମାଣପତ୍ର ନଥିବା ୧୬୬୦ ଗାଡିଚାଳକଙ୍କ ଠାରୁ ୩ ଲକ୍ଷ ୭୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here