ବିଧାୟକ ବିଭିନ୍ନ ପଞ୍ଚାୟତକୁ ଯାଇ ବାଣ୍ଟିଲେ ନୂତନ ଭତ୍ତା

0
239

ପୋଲସରା:ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଜୁନ ୨୪ ତାରିଖ ଦିନ ପୋଲସରା ବ୍ଲକର ୧୩ ଟି ଗ୍ରାମ ପଞ୍ଚାୟତକୁ ଯାଇ ୨୪୨ ଜଣ ହିତାଧିକାରୀଙ୍କୁ ନୂତନ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା ଓ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନ କରିଛନ୍ତି। ପୂର୍ବାହ୍ନରେ ମନ୍ଦାର, ରୁମାଗଡ଼, ଢୁଙ୍କାପଡା, କଣଛାଇ , କେନ୍ଦୁବାଡ଼ି, ବଡ଼ ପଙ୍କଳବାଡି, ଓ ମାଳ ତେନ୍ତୁଳିଆ ୭ ଗୋଟି ଗ୍ରାମପଞ୍ଚାୟତକୁ ଯାଇ ଭତ୍ତା ବଣ୍ଟନ କରିଥିବା ବେଳେ ଅପରାହ୍ନରେ ମଧୂପଲ୍ଲୀ, ନିମିନା, ଚିରିକିପଡା ଶାସନ, ଭାବରଡା, ପାଣ୍ଡିରିପଡା ଓ ଗୋଛାବାଡି ୬ ଗୋଟି ଗ୍ରାମ ପଞ୍ଚାୟତକୁ ଯାଇ ଭତ୍ତା ବାଣ୍ଟିଥିଲେ। ବିଧାୟକଙ୍କ ସହ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଏବିଡ଼ିଓ ଧର୍ମାରାଜ ପରିଡା, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପ୍ରତି ପଞ୍ଚାୟତକୁ ଯାଇଥିଲେ। ପ୍ରତି ଗ୍ରାମ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ୱାର୍ଡ ସଭ୍ୟ ସଭ୍ୟା ପ୍ରଭୃତି ଭତ୍ତା ବଣ୍ଟନ ସମୟରେ ଉପସ୍ଥିତ ଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here