କାନ୍ଧରେ ବୋହି ବୋହି ହସ୍ପିଟାଲରେ ପହଞ୍ଚାଇଲେ ଜବାନ

0
667

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜବାନଙ୍କ କୁମ୍ବିଂ ଅପରେସନ ବେଳେ ଗୁରୁତର ଆହତ ଜଣେ ହାଡକୋର ନକ୍ସଲଙ୍କୁ ଜବାନମାନେ ଡାକ୍ତରଖାନା ପହଞ୍ଚାଇ ମାନବିକତାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଛତିଶଗଡ ସୁକୁମା ଜିଲ୍ଲା ଅନ୍ତର୍ଗତ ନାଗାଲଗୁଣ୍ଡା ଜଙ୍ଗଲରେ ଡି.ଆର.ଜି ଜବାନ କୁମ୍ବିଂ ଅପରେସନ କରୁଥିବା ବେଳେ ଜବାନଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଲ୍ୟାଣ୍ଡ ମାଇନ ଲଗାଉଥିଲେ । ଯାହାର ନେତୃତ୍ବ ନେଇଥିଲେ ମାଓ ସଂଗଠନର ମିଲିଟାରି କ୍ୟାଡର ଭିମା ମାଡକାମି ।
ତେବେ ମାଟି ତଳେ ଏହି ଲ୍ୟାଣ୍ଡ ମାଇନ ଲଗାଇବା ସମୟରେ ହଠାତ୍ ଏହା ବିସ୍ଫୋରଣ ହୋଇଯାଇଥିଲା । ଫଳରେ ନିଜେ ଆକ୍ରମଣକାରି ନକ୍ସଲ ଘଟଣା ସ୍ଥଳରେ ଗୁରୁତର ହୋଇ ପଡିଥିଲେ । ବିସ୍ଫୋରଣର ଶବ୍ଦ ଶୁଣି ଯେତେବେଳେ ସଜାଗ ହୋଇଥିଲେ ଡି.ଆର.ଜି ଜବାନ ସେତେ ବେଳେ ଆହତ ସାଥିଙ୍କୁ ଛାଡି ନକ୍ସଲ ମାନେ ପଳାୟନ କରିଥିଲେ ।
ତେବେ ଗୁରୁତର ନକ୍ସଲଙ୍କ ଜୀବନ ବଞ୍ଚାଇବା ଲାଗି ଆଗେଇ ଆସିଥିଲେ ଡି.ଆର.ଜି ଜବାନ । ଆହତ ନକ୍ସଲଙ୍କୁ ଭାରରେ ବୋହି ବୋହି ଦୀର୍ଘ ୪ କିଲୋମିଟର ରାସ୍ତା ଚାଲିବା ସହ ଅଣ୍ଟାଏ ପାଣିରେ ନଦୀ ପାର କରି ଡାକ୍ତରଖାନା ପହଞ୍ଚାଇଥିଲେ ତାଙ୍କୁ । ୨୦୦୭ ମସିହାରେ ମାଲକାନଗିର ଜିଲ୍ଲାରେ ବେଶ ସକ୍ରିୟ ଥିବା ଭିମା ମାଡକାମିଙ୍କ ମୁଣ୍ଡ ଉପରେ ଛତିଶଗଡ ପୋଲିସ ଗତ ବର୍ଷ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ହେଲେ ଏପରି ଜଣେ ହାଡକୋର ମାଓବାଦୀଙ୍କ ଜୀବନ ବଞ୍ଚାଇ ପୁଣି ଥରେ ଆମ ଜବାନ ମାନବିକତାର ପରିଚୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here