ଇନ୍ଦ୍ରାବତୀ ରୁ ଉଠିଯିବ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟ

0
393

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀର ତଳ ମୁଣ୍ଡ ତେନ୍ତୁଳିଖୁଣ୍ଟି ବ୍ଲକ,ନନ୍ଦାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକ ଆଦି ଅଞ୍ଚଳରେ ଇନ୍ଦ୍ରାବତୀ ନଦୀ ପାଣିରୁ ବଞ୍ଚିତ କରିଥିଲେ ଓ ବିସ୍ଥାପିତ ମଧ୍ୟ କରିଥିଲେ ଡ୍ୟାମ ନିର୍ମାଣ ପାଇଁ । ଏବେ ସେହିଭଳି ଯନ୍ତ୍ରୀ କ୍ୟାଡର ର ପୁନରବିନ୍ୟସ ପାଇଁ ୧୯୮୦ ରେ ନିର୍ମିତ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ଘୁଂଚି ଯିବ କୋରାପୁଟ ଜିଲ୍ଲା ଜୟପୁର କୁ। ତଳ ମୁଣ୍ଡକୁ ଜଳସେଚନ ବ୍ୟବସ୍ଥା ପାଇଁ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀ ଠାରେ ଶୁଭ ଦେଇଥିଲେ । ତାହା ତ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନି। ଉକ୍ତ କେନାଲ ଵ୍ୟଵସ୍ଥା ପ୍ରକଳ୍ପ ର କାର୍ଯ୍ୟାଳୟ ନବରଙ୍ଗପୁର ଠାରେ ନିର୍ବାହୀଯନ୍ତ୍ରୀକାର୍ଯ୍ୟାଳୟ ନାମରେ ଖୋଲା ଗଲା। ତାହା ର ନିଜସ୍ୱ କୋଠା ସାତ ବର୍ଷ ପରେ ମଧ୍ୟ ନିର୍ମିତ ହୋଇନାହିଁ। ତାହାବି ଏକ ଷଡଯନ୍ତ୍ର ଥିଲା। ଆହୁରି ଏକ ଷଡଯନ୍ତ୍ର ଥିଲା ଇନ୍ଦ୍ରାବତୀ ରେ । ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମୁଖ୍ୟ ଥିବା ମୁଖ୍ୟ ଯନ୍ତ୍ରୀ ଙ୍କ ଠାରୁ ୱାର୍କ କ୍ଷମତା କାଢି କେବଳ ପ୍ରଶାସନ କ୍ଷମତା ରେ ସୀମିତ ରଖି ଦିଆଗଲା।
ମୁଖ୍ୟଯନ୍ତ୍ରୀ ପାହ୍ୟାରୁ କମ ପାହ୍ୟା ମୁଖୀଗୁଡା ର ଅଧିକ୍ଷଣ ଯନ୍ତ୍ରୀ ଙ୍କ ନାମକରଣ ପରିବର୍ତ୍ତନ କରି ମୁଖ୍ୟ ନିର୍ମାଣଯନ୍ତ୍ରୀ କରି ତାଙ୍କୁ ୱାର୍କ କ୍ଷମତା ପ୍ରଦାନ କରିଥିଲେ ଚାରିବର୍ଷ ତଳେ। ପରବର୍ତ୍ତୀ ସମୟରେ ମୁଖ୍ୟ ଯନ୍ତ୍ରୀ , ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ର ନାମ ପରିବର୍ତ୍ତନ କରି ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ,ଇନ୍ଦ୍ରାବତୀ ଓ କୋଲାବ ବେସିନ କରି ଦିଆଗଲା।ବିନା ୱାର୍କ କ୍ଷମତାରେ ଏହି କାର୍ଯ୍ୟାଳୟ କୁ ପଙ୍ଗୁ କରିଦିଅଗଲା।କ୍ଷମତା ଶୂନ୍ୟ କରିବାପରେ କ୍ୟାଡର ପୁନର୍ବିନ୍ୟାସ ନାମରେ ଏବେ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ସମ୍ପୁର୍ଣ୍ଣ ଇନ୍ଦ୍ରାବତୀ ରୁ ଉଠାଇ ନିଆଯାଉଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଡ୍ୟାମ ରକ୍ଷଣାବେକ୍ଷଣ ଦାୟିତ୍ୱ ଥିବା ମୁଖ୍ୟ ନିର୍ମାଣଯନ୍ତ୍ରୀ,ଖାତିଗୁଡା ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟାଳୟହିଁ ଇନ୍ଦ୍ରାବତୀ ରେ ରହିବ। ଯାହାକି ଏକ ପଙ୍ଗୁ କାର୍ଯ୍ୟାଳୟ। ଏହାର କ୍ଷମତକେନ୍ଦ୍ର ଓଡିଶା ଜଳବିଦ୍ୟୁତ ନିଗମ ଭୁବନେଶ୍ୱର ଓ ସାଧାରଣ ପରିଚାଳକ,ମୁଖୀଗୁଡା କଳାହାଣ୍ଡିରେ। ଡ୍ୟାମ ର ରକ୍ଷଣା ବେକ୍ଷଣ ଠିକ ରୂପେ ହେଉନି କି ଡ୍ୟାମ ର ଜଳଭଣ୍ଡାର ପୋତି ହୋଇଯିବାକୁ ବସିଲାଣି ତା ପ୍ରତିନିଘା ନାହିଁ। ଡ୍ୟାମ ରାସ୍ତା ପ୍ରତି ମଧ୍ୟ ନିଘା ନାହିଁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ। ଏଥିପାଇଁ ବିଗତ ବର୍ଷ ଜଳ ଭଣ୍ଡାର ର ଜଳପରିଚାଳନା ପାଇଁ ଥିବା ଗେଟ ଗୁଡିକର ମରାମତି ଦାୟିତ୍ୱ ଜଳ ବିଦ୍ୟୁତ ପ୍ରକଳ୍ପ ଠାରୁ ନେଇ ଓଡିଶା ନିର୍ମାଣ ନିଗମ କୁ ଦିଆଯାଇଥିଲା। ଏଭଳି ସ୍ଥିତି ରେ ଏଗାର ଶହ କ୍ୱାଟର ତଥା କଲୋନୀ ରାସ୍ତା ,ଜଳଯୋଗାଣ ବ୍ୟବସ୍ଥା ଭୁଶୁଡିଯିବ। ଏଠାରୁ ଜଳସେଚନବିଭାଗ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟ ଉଠିଗଲେ କ୍ୱାଟର ଗୁଡିକର ସ୍ଥିତି କଣ ହେବ? ଏହି କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ବିସ୍ଥାପିତ ତଥା ଗରିବ ଶ୍ରେଣୀର ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଗୁଆଳି ତଥା କଣ୍ଟିଜେଣ୍ଟ ଖଳାସୀ ଙ୍କ ପରିବାର ଜୟପୁର ରେ ଯାଇ କ୍ୱାଟର ପାଇ ସୀମିତ ଦରମାରେ ସହରରେ ଚାଲି ପାରିବେ ତ ? ବୃହତ୍ତର ସ୍ୱାର୍ଥ ତଥା ଅବହେଳିତ ନବରଙ୍ଗପୁର ଜିଲ୍ଲାରୁ ଏହି କାର୍ଯ୍ୟାଳୟ ନ ଉଠାଇ ସରକାର ତାଙ୍କ ଇଂଜିନିୟରିଂ କ୍ୟାଡର ପୁନର୍ବିନ୍ୟାସ କରିବାକୁ ଦାବି ହେଉଛି। ସାରା ରାଜ୍ୟରେ ଅନ୍ୟ ଜଳ ବିଦ୍ୟୁତ ପ୍ରକଳ୍ପ ର ଡ୍ୟାମ ଓ ଜଳ ଭଣ୍ଡାର ଜଳ ପରି ଚାଳନା ଜଳ ସେଚନ ବିଭାଗ ଅଧିନ ରେ ରହିଛି। କେବଳ ଇନ୍ଦ୍ରାବତୀ ରେ ଏହାର ବ୍ୟତିକ୍ରମ ହୋଇଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଉକ୍ତ କାର୍ଯ୍ୟ ଠିକ ରୂପେ ନିର୍ବାହ କରୁନାହିଁ। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ରେ ମଧ୍ୟ ବର୍ତ୍ତମାନ ବୈଷୟିକ ଅଧିକାରୀ ଓ କର୍ମଚାରୀ ସଙ୍କଟ ଜାରୀ ରହିଛି। ସମ୍ପୂର୍ଣ୍ଣ ଜଳବିଦ୍ୟୁତ ପ୍ରକଳ୍ପ ରେ ଚାରୋଟି ବନ୍ଧ ଓ ଜଳ ପରିଚାଳନା ପାଇଁ ମାତ୍ର ଜଣେ ନିର୍ବାହୀ ଯନ୍ତ୍ରୀ,ଛ ଅ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମାତ୍ର ଜଣେ କନିଷ୍ଠ ଯନ୍ତ୍ରୀ ରହିଛନ୍ତି। ଚାରୋଟି ଡିଭିଜନ ରେ ଚାରିଜଣ ନିର୍ବାହୀ ଯନ୍ତ୍ରୀ ରହିବା କଥା ସେହି ଅନୁପାତରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ରହିବା କଥା। ୨୦୦୯ରେ ଓଡିଶା ଜଳ ବିଦ୍ୟୁତ ନିଗମ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ସିଭିଲ ବିଭାଗ କୁ ଜଳ ସେଚନ ବିଭାଗ କୁ ହସ୍ତାନ୍ତର କରି କେବଳ ପାୱାର ଉତ୍ପାଦନ ବିଭାଗ ନିଜ ଅଧୀନରେ ରଖିବା ନିଷ୍ପତି ନେଇଥିଲା। ଏଠାକାର କିଛି କର୍ମଚାରୀ ତାକୁ କାର୍ଯ୍ୟ।ନ୍ଵୟନ କରାଇ ଦେଇ ନାହାଁନ୍ତି। ସେହି କତିପୟ କର୍ମଚାରୀ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଅବସର ନେଇଯିବେ। ସେମାନଙ୍କ ଅବସର ପରେ ଶକ୍ତି ବିଭାଗରୁ ସିଭିଲ ବିଙ୍ଗ ଜଳସେଚନ ବିଭାଗ କୁ ଆସିଲେ ଇନ୍ଦ୍ରାବତୀ ରେ ଜଳସେଚନ କାର୍ଯ୍ୟାଳୟ ରହିବ ତ? ଉକ୍ତ ସ୍ଥିତିରେ ଖାତିଗୁଡ଼ାରେ କାର୍ଯ୍ୟଳୟ କାମ ଜୟପୁର ରୁ କାର୍ଯ୍ୟ କରିବ କିପରି? ଲେଡି ଗୁଡ଼ କହୁଣୀ କୁ ଯିବା ପୂର୍ବରୁ ଅବହେଳିତ ନବରଙ୍ଗପୁର କୁ ନ୍ୟାୟ ଦେବା ପାଇଁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବ ବେସିନ କାର୍ଯ୍ୟାଳୟ ନାମରେ ଜୟପୁର କୁ ନ ଉଠାଇବାକୁ ଇନ୍ଦ୍ରାବତୀ ସୁଖାଞ୍ଚଳ ସଂଘ,ବୁଡି ଅଂଚଳ ଗଣ ପରିଷଦ,ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ଦାବୀ କରିଛନ୍ତି।। ରାଜନୈତିକ ଦଳ କୋବିଡ଼ ସମୟରେ ଆନ୍ଦୋଳନ କରିବେନି ବୋଲି ରାତି ଅଧିଆ ଇନ୍ଦ୍ରାବତୀରୁ ଜୟପୁର ସ୍ଥାନାନ୍ତର ଅନ୍ୟାୟ। ଜଳ, ଜମି ଜୀବିକା ଛାଡ଼ିନେବା ପରେ କର୍ପୁର ଉଡିଯିବା ପରେ କପଡା ଖଣ୍ଡିକୁ ନେଇ ଯେଉଁ ଗର୍ଵଥିଲା ତାକୁ ନେଇ ଗଲେ ଚୁପ ବସିବେନି ବୋଲି ସ୍ଥାନୀୟ ଜନତା ଓ ନେତା ଚେତାବନୀ ଦେଇଛନ୍ତି।

ରିପୋର୍ଟ୍ –ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here