ଭତ୍ରା ସମାଜ ର ବୈଠକ

0
346

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାର୍ଲା ଗ୍ରାମ ପଂଚାୟତ ଧନସୁଲି ଗ୍ରାମ କନ୍ଦାଗୁଡା ଠାରେ ଭତରା ସମାଜ ର ଏକ ବୈଠକ ଅନୁଷ୍ଠିତ ହେଇଯାଇଛି. ତୁଳସୀ ରାମ ନାୟକ ସଭାପତି ଭାବ ଯୋଗ ଦେଇ ଥିଲେ ।ଏହି ବୈଠକ ର ଧନସୁଲି ତୁମ୍ବାର୍ଲା, ଗୋବରଲା, ପୋଲସଗୁଡା, ମହୁଲି ଏହି ପଂଚାୟତ ର ବହୁ ଭଦ୍ର ବ୍ୟକ୍ତ ଉପସ୍ଥିତ ରହି ଥିଲେ ।ଲୋହରାକାନୀ ରେ ସ୍ଥିତ ଗୌରବ ଜ୍ୟୋତି ଭତରା, ପିତା ଅରିଓ ଭତରା, ଉମିଦ ଜ୍ୟୋତି ଭତରା, ସଂଗୀତା ରାଣୀ ଭତରା, ପିତା ଉମେଶ ଚନ୍ଦ୍ର ଭତରା, ସଫିନସିସ ଭତରା, ପିତା ଅନନ୍ତ ଚରଣ ଭତରା, ଅରିଓ ଭତରା ପିତା ଦୟାନିଧି ଭତରା, ବିଶ୍ୱ ବିଜୋଇଁ ଭତରା ପିତା ଉମେଶ ଚନ୍ଦ୍ର ଭତରା, ଗ୍ରେସୀଅନ ପ୍ରିୟା ଭତରା ପିତା ଅରିଓ ଭତରା ପ୍ରମୁଖ ଭତରା ଜାତି ର ଜାତି ପ୍ରଣାମ ପତ୍ର ଆବେଦନ କରି ଥିବା ବୈଠକ ରେ ଆଲୋଚନା କରା ଯାଇଥିଲା । ଏହି ବୈଠକ ରେ ଆଲୋଚନା ରୁ ଜଣା ଗଲା ଜେ ଲୋହରାକାନୀ ଗ୍ରାମ ର ସାଧାରଣତଃ ଭତରା ଜାତି ର କୌଣସି ଲୋକ ବସବାସ କରୁନାହାନ୍ତି ।ଏହି ଗ୍ରାମ ରେ କେବଳ ଡ଼ମ୍ଭ ଓ ପରଜା ବସ ବାସ କରୁଛନ୍ତି ବୋଲି ଜଣା ପଡିଛି ।ଏଥିରୁ ପ୍ରମାଣିତ କରା ଗଲା କି ଉକ୍ତ ଦରଖାସ୍ତ କାରି ଵ୍ୟକ୍ତିମାନେ ଜାତିରେ ଡ଼ମ୍ବ ଅଟନ୍ତି । ଭତରା ଆଦିବାସୀ ଜାତି ର ନୁହନ୍ତି । ଏଣୁ ଆବେଦନ କାରୀଙ୍କ ପ୍ରମାଣ ପତ୍ର ରଦ୍ଦ କରା ଯିବା ପାଇଁ ନିଷ୍ପତି ନିଅ ଗଲା । ଏବଂ ମିଥ୍ୟା ତଥ୍ୟ ଦେଇ ଜାତି ପ୍ରମାଣ ପତ୍ର ହାସିଲ କରିବା କୁ ଚେଷ୍ଟା କରୁଥିବା ଵ୍ୟକ୍ତି ମାନଙ୍କୁ ବିରୋଧ ରେ ଆଇନ ଅନୁଯାୟୀ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ସହ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଏକ ଲିଖିତ ନକଲ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏହି ବୈଠକ ରେ ବଲି ଭତରା, ଡ଼ମ୍ବରୁ ଭତରା, ଅର୍ଜୁନ ଭତରା, ଧନୁର୍ଜୟ ନାୟକ ଡମ୍ୱରୁ ପୂଜାରୀ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ଥିଲେ।

ରିପୋର୍ଟ୍ – ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here