ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ୫ଟି ଲକ୍ଷ ପୁରଣ ପାଇଁ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ପୂର୍ଣ୍ଣଭାବେ କାର୍ଯ୍ୟରତ | ଏହି ଧାରାରେ ଶନିବାର ମଧ୍ୟରାତ୍ରିରେ ବ୍ରହ୍ମପୁର ବିଧାୟକ ଓ ସାଂସଦ ଅଚାନକ ବଡ ମେଡିକାଲ ପରିଦର୍ଶନ କରି ଡାକ୍ତରଖାନାରେ କିଭଳି ଚାଲିଛି ରୋଗୀ ସେବା ବୁଲି ବୁଲି ସମୀକ୍ଷା କରିଥିଲେ | ରୋଗୀଙ୍କ ସହିତ ସିଧାସଳଖ କଥାବାର୍ତା ହୋଇଥିଲେ ଓ ଦେଖିବାକୁ ପାଇଥିଲେ ଯେ କାଜୁଆଲଟିରେ ଆବଶକୀୟ ଶଯ୍ୟା ଅଭାବ ଯୋଗୁଁ ରୋଗୀମାନଙ୍କୁ ବାରଣ୍ଡାରେ ଚିକିତ୍ସା କରାଯାଉଛି | ଏହା ଦେଖି ଉଭୟ ବିଧାୟକ ବିକ୍ରମ ପଣ୍ଡା ଓ ସାଂସଦ ଚନ୍ଦ୍ରଶେଖର ସାହୁ କ୍ଷୋବ ପ୍ରକାଶ କରିଥିଲେ ଓ ଶଯ୍ୟା ଅଭାବରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଡାକ୍ତରଙ୍କଠାରୁ ଜାଣିପାରିଥିଲେ | ବଡ ମେଡିକାଲର ଏଭଳି ଦୟନୀୟ ପରିସ୍ଥିତି ପରଖିବା ପରେ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି କହିଥିଲେ | ସିଧା କଥା କାହାକୁ ଦୋଷାରୋପ କରିବା ଉଦେଶ୍ୟ ନୁହଁ ଏବଂ ଆଗାମୀ ଦିନରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ କିଭଳି ଉନ୍ନତ ସେବା ଯୋଗାଇଦିଆଯିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପମାନ ଗ୍ରହଣ କରିବାକୁ ସରକାରଙ୍କୁ ଜଣାଇବା ସହ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ବିଧାୟକ ବିକ୍ରମ ପଣ୍ଡା ଓ ସାଂସଦ ଚନ୍ଦ୍ରଶେଖର ପ୍ରତିଶୃତି ଦେଇଛନ୍ତି |