ଶ୍ରୀ ଗୁଣ୍ଡିଚା ଯାତ୍ରା ସୁପରିଚାଳନା ନିମନ୍ତେ ସଭା

0
267

ଉମରକୋଟ : ଉମରକୋଟ ଠାରେ ଶ୍ରୀଗୁଣ୍ଡିଚା ଯାତ୍ରା କୋବିଡ଼ କଟକଣା ଭିତରେ କିପରି କରାଯିବ ଏ ନେଇ ଦେବୋତ୍ତର କମିଟି ସଦଶ୍ୟ ଓ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଙ୍କୁ ନେଇ ଏକ ସଭା ର ଆୟୋଜନ ଉମରକୋଟ ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠତ ହେଇଥିଲା। ଦେବୋତ୍ତର କମିଟି ସଭାପତି ତହସିଲଦାର ଡା. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ବ ରେ ବସିଥିବା ଏହି ବୈଠକ ର ମୂଳ ଆଲଚନା ବିଷୋୟ ଥିଲା କୋବିଡ କଟକଣା ଭିତରେ ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ବାହୁଡା ବିଜେ ପର୍ଯ୍ୟନ୍ତ କିପରି ପ୍ରଭୁ ଙ୍କ ନୀତିକାନ୍ତି କରାଯିବ।ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ନିରାଡ଼ମ୍ବର ବା ରଥଟଣା ନ କରାଯାଇ ମନ୍ଦିର ପ୍ରାଙ୍ଗଣ ରେ ହିଁ ରଥଯାତ୍ରା ଅନୁଷ୍ଠିତ କରାଯିବ ବୋଲି ନିଷ୍ପତି ନିଆଯାଇ ଥିଲା। ଓ ସର୍ବସାଧାରଣ ଙ୍କ ପାଇଁ ଦର୍ଶନ ,ଅନ୍ନଭୋଗ ବନ୍ଦ କରା ଯିବା ନେଇ ମଧ୍ୟ ବୈଠକ ରେ ନିଷ୍ପତି ହେଇଥିଲା। କେବଳ ମୁଖ୍ୟ ପୂଜକ ଓ ସେବକ ଙ୍କୁ ନେଇ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସମସ୍ତ ନୀତିକାନ୍ତି କରାଯିବ ବୋଲି ସ୍ଥିର କରାଗଲା। ମନ୍ଦିର ସମ୍ପାଦକ ବିଭିନ୍ନ ବିଷୟରେ କମିଟି ସମୁଖ ରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ,ତହସିଲଦାର ଡକ୍ଟର ହିମ।ଞ୍ଚଲ ମାଝୀ , ପୌର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ, ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ଟାଲୀ, ମୁଖ୍ୟ ପୂଜକ ଗୌରହରି ମିଶ୍ର ସ୍ଥାନୀୟ ଆଇନ ଯିବି ଜୟଦେବ ପରିଡା, ବିଘ୍ନ ରାଜ ସ।ନ୍ତ୍ର । ରମେଶ ଚନ୍ଦ୍ର ସାହୁ ,ପୂର୍ବତନ ନଗରପାଳ ରାବଣା ରାଓ,ନଳିନୀ ରଞ୍ଜନ ମିଶ୍ର, କୃଷ୍ଣ ପ୍ରସାଦ ପଟନାୟକ ଭୈରବ ମିଶ୍ର, ଭୁବନ ମାଝୀ,ମାର୍କଣ୍ଡ ସାହୁ, ବରିଷ୍ଠ ଆଇନ ଯିବି ଅର୍ଜୁନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ :କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here