ଦୁର୍ଘଟଣା ଗ୍ରସ୍ତ ଷଣ୍ଢର ଚିକିତ୍ସା ନକରିପାରି ହତାଶ ହୋଇ ଫେରିଲେ କର୍ମଚାରୀ

0
252

ବ୍ରହ୍ମପୁର:ଗେଟ୍ ବଜାର ବସଷ୍ଟପ ପାଖରେ ଗୋଟିଏ ଷଣ୍ଡ କୌଣସି ଏକ ଅଜଣା ଗାଡ଼ି ଦଖାରେ ଆହତ ହୋଇ ଶିଙ୍ଗ ଭାଙ୍ଗି ପ୍ରବଳ ରକ୍ତ ସ୍ରାବ ହେବା ଖବର ମିଳିଥିଲା। ଖବର ମିଳିବା ସଙ୍ଗେ ସଙ୍ଗେ କିଛି ସ୍ଵେଚ୍ଛାସେବୀ ଓ ପଶୁ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ଗୁରୁତର ଆହତ ହୋଇଥିବା ଷଣ୍ଡକୁ ନିୟନ୍ତ୍ରଣ କରିବା ସମ୍ବବ ହୋଇନଥିଲା। ଫଳରେ ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା। ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ଷଣ୍ଡକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ବିଶାଳକାୟ ଷଣ୍ଡକୁ ନିୟନ୍ତ୍ରଣ କରିବା ସମ୍ବବପର ହୋଇପାରିନଥିଲା। ଘଟଣା ସ୍ଥଳରୁ ଦ୍ରୁତଗତିରେ କେଉଁ ଆଡେ ଚାଲିଯାଇଥିବା ସୁଚନା ମିଳିଛି। ଦେଖଣାହାରୀଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ବେଶ କିଛି ସମୟ ପାଇଁ ଦୌଡା ଦୌଡ଼ି କରିବା ଦେଖିବାକୁ ମିଳିଛି। କିନ୍ତୁ ସମସ୍ତଙ୍କ ବହୁ ଚେଷ୍ଟା ସ୍ଵତେ ଆହତ ଷଣ୍ଡର ଚିକିତ୍ସା ସମ୍ବବପର ହୋଇପାରି ନଥିବା ଯୋଗୁଁ ସ୍ଵେଚ୍ଛାସେବୀ, ପଶୁ ଡାକ୍ତର ଓ ଅଗ୍ନିଶମ ବିଭାଗ କର୍ମଚାରୀ ଦୁଃଖ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here