କଞ୍ଚଣା ଠାରେ ଆକ୍ରମଣରେ ଜଣେ ଆହତ ; ମଦ୍ୟପ ସହଯୋଗୀଙ୍କ ହାତଥିବା ସୂଚନା l

0
384

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କଞ୍ଚଣା ଠାରେ ମଦ୍ୟପ ମାନଙ୍କ ଉନ୍ମତ୍ତ କାଣ୍ଡରେ ଜଣେ ଆହତ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ  l ସୂଚନା ପ୍ରକାରେ ଗୁରୁବାର ମଧ୍ୟ ରାତ୍ରରେ କଞ୍ଚଣା ଛକ ଠାରେ  ଜଣେ ଯୁବକ ଜେ.ମାନସ ଭାଟପଡା ଗ୍ରାମର ଦୁଇଜଣ ବୟସ୍କ ବ୍ୟକ୍ତିଙ୍କ ସହ ମିଶି ମଦ ପିଇ ରୋଷେଇ କରି ଖାଇ ମାତାଲ୍ ହେବା ପରେ ମାନସ କୁଆଡେ ଉକ୍ତ ସହଭାଗୀଙ୍କ ସହ ବଚସା କରିବା ସହ ମାଡପିଟ ଆରମ୍ଭ ହେବା ପରେ ସେମାନେ ମିଶି ମାନସକୁ କାଠ ଫାଳରେ  ମୁଣ୍ଡକୁ ରକ୍ତାକ୍ତ ଆକ୍ରମଣ କରି ଚାଲି ଯାଇଥିଲେ l ଶୁକ୍ରବାର ସକାଳେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ସହ ଆମ୍ବୁଲାନ୍ସରେ ବ୍ରହ୍ମପୁର ପଠାଇଛନ୍ତି l ଘଟଣା ସମ୍ପର୍କରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ତଦନ୍ତ କରିବା ସହ ଏଯାବତ୍ କୌଣସି ଏତଲା ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି l ମାନସଙ୍କ ଭଉଣୀ ତାଙ୍କୁ ନେଇ ମେଡିକାଲ ଯାଇଥିବା ଥାନା ସୂତ୍ରରୁ  ପ୍ରକାଶ l 

LEAVE A REPLY

Please enter your comment!
Please enter your name here