ଭଞ୍ଜନଗରରେ ଉପଖଣ୍ଡ ସ୍ତରୀୟ 86 ତମ ଓଡିଶା ଦିବସ ପାଳିତ

0
303

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଠାରେ ଉପଖଣ୍ଡ ସ୍ତରୀୟ 86 ତମ ଓଡିଶା ଦିବସ ସମାରୋହ ଆୟୋଜିତ ହେଇଯାଇଛି | ସ୍ଥାନୀୟ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାଧାରଣ ଶୋଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ନିଜର ଶ୍ରମ ଦେଇଥିବା ମହାମୁନିସି ମାନଂକୁ ମନେ ପକେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ଓଡିଶା, ଓଡ଼ିଆ ଭାଷା, ଓଡ଼ିଆ ଜାତି କୌଣସି କ୍ଷେତ୍ରରେ ମଧ୍ୟ କମ ନୁହଁ,1936 ପୂର୍ବରୁ ଖଣ୍ଡ ବିଖଣ୍ଡିତ ଥିଲା, ମହାମୁନିସିଙ୍କ ପ୍ରଚେଷ୍ଟା ରେ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଢି ଦେଇଗଲେ, ବର୍ତ୍ତମାନ ଆମକୁ ପ୍ରତ୍ୟେକ ଓଡ଼ିଆଙ୍କୁ କିଭଳି ଆମ ଭାଷା ଆମ ଜାତି, ସଂସ୍କୃତି, ପରାମ୍ପର ସାରା ଦେଶ ଏବଂ ବିଶ୍ଵରେ ବ୍ୟାପିବ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ମତବ୍ୟକ୍ତ କରିଛନ୍ତି | ଏହା ଛଡା କରୋନା ର ଦ୍ୱିତୀୟ ଲୋହରୀକୁ କିପରି ସାମ୍ନା କରାଯିବ ତାର ସଚେତନ କରିଥିଲେ |ଅନ୍ୟ ଅତିଥି ମାନଂକ ମଧ୍ୟରେ ମୁଖ୍ୟ ବକ୍ତା ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ନୀଳାଞ୍ଚଳ ମୁନି, ଓଡ଼ିଆ ପ୍ରଦେଶ ଗଠନ ରଐତିହାସିକ ଦିଗ, ବର୍ତ୍ତମାନ ର ସ୍ଥିତି ଏବଂ ଆଗକୁ କିପରି ଓଡିଶାକୁ ଉନ୍ନତ କରିହେବ ସେ ତଥ୍ୟ ଉପସ୍ଥିତ ଜନସାଧାର ଙ୍କୁ ଅବଗତ କରିଥିଲେ | ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ଯୋଗ ଦେଇ କୋଭିଡ ସଚେତନ ବାର୍ତ୍ତା ଏବଂ ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଆ ପରମ୍ପରା କୁ ହୃଦୟ ସହକାରରେ ଭଲ ପାଇଲେ ନିଶ୍ଚତି ଭାବେ ଏ ଭାଷା, ଜାତି, ରାଜ୍ୟ ଦିନେ ଉନ୍ନତିରେ ଶିଖରରେ ପହଂଚିବ ବୋଲି ମତ ରଖିଥିଲେ | ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଅତିଥିଙ୍କୁ ସ୍ୱାଗତ କରିଥିଲେ | ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଜୋସନ୍ନା କୁମାରୀ ଦେବୀ ଏବଂ ସୁନନ୍ଦା ବେହେରା ଗାନ କରିଥିଲେ | ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା |ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ଲୁସି ଡାକୁଆ ପ୍ରଥମ, ସେହି ବିଦ୍ୟାଳୟ ର ହିଁ ନବମ ଶ୍ରେଣୀ ଛାତ୍ରୀ ଶ୍ରୀମା ଦ୍ୱିତୀୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ନବମ ଶ୍ରେଣୀ ଛାତ୍ର ଆଶୁତୋଷ ମାଝୀ ଏବଂ ଅନ୍ବେଷା ରଥ ଯୁଗ୍ମ ତୃତୀୟ | ହାଇସ୍କୁଲ ସଂଗୀତ ପ୍ରତିଯୋଗିତା ରେ ପ୍ରଥମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀ ଛାତ୍ରୀ ଶକ୍ତିରୂପା ଆଚାର୍ଯ୍ୟ, ଦ୍ୱିତୀୟ ଶ୍ରୀ ସତ୍ୟ ସାଇ ବିଦ୍ୟା ବିହାର ର ନବମ ଶ୍ରେଣୀ ଛାତ୍ର ଅମନ କୁମାର ପ୍ରଧାନ, ତୃତୀୟ ଯୁଗ୍ମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନବମ ଶ୍ରେଣୀ ଛାତ୍ରୀ ଅନନ୍ୟା ତ୍ରିପାଠୀ ଏବଂ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ କମଳିନି ପ୍ରଧାନ | ସେହିପରି ଭାବେ ମହାବିଦ୍ୟାଳୟ ସ୍ତରୀୟ ସଂଗୀତ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ କେଏସୟୁବି ସିଟିଇ ର ଯଥାକ୍ରମେ ତାରଣୀ ରାମ ଶବର,ସୀତାରାମ ପ୍ରଧାନ ଏବଂ ମଳୟ ରଞ୍ଜନ ସାହୁ | ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ସରକାରୀ ଶିକ୍ଷକ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ର ଛାତ୍ର ରାଜ କୁମାର ପ୍ରଧାନ ପ୍ରଥମ, ସେହି ଅନୁଷ୍ଠାନ ର ଛାତ୍ରୀ ବର୍ଷା ରାଣୀ ସାହୁ ଦ୍ୱିତୀୟ ଏବଂ ମଳୟ ରଞ୍ଜନ ସାହୁ କେଏସୟୁବି ସିଟିଇ ର ଛାତ୍ର ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହେଇଛନ୍ତି | ସ୍ୱତନ୍ତ୍ର ପୁରସ୍କାର ଭାବେ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଦାୟିତ୍ୱ ତୁଲେଇଥିବା ଜୋସନ୍ନା କୁମାରୀ ଦେବୀ, ସୁନନ୍ଦା ବେହେରା, ଦୁର୍ଗା ମାଧବ ଦାଶ, ଡ଼ ଗୁରୁମୂର୍ତ୍ତି ନାୟକ, ଅଶୋକ କୁମାର ସ୍ୱାଇଁ ଏବଂ ଲୋକନାଥ କର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା | ଆଜି ସକାଳେ ସହରରେ ଥିବା ସମସ୍ତ ବୀର ପୁତ୍ର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇଥିଲା | ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଦେଇଥିଲେ । ସମାଜସେବୀ ଶୁଳପାଣି ଶତପଥୀ ସଭା ସଂଯୋଜନା କରିଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here