ରାସ୍ତା କଡରୁ ଯୁବକର ମୃତ ଦେହ ଉଦ୍ଧାର; ହତ୍ଯା ସନ୍ଦେହ

0
551

ଭଞ୍ଜନଗର: ଭଞ୍ଜନଗର ଥାନା ଅଧିନ ଦଦରା ଲୁଣ୍ଡା ପଞ୍ଚାୟତ ପଇତା ଗାଁ ମୁଖ୍ୟ ରାସ୍ତା କଡରେ ଥିବା ଏକ କଲଭର୍ଟ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବକ ଜଣକ ହେଉଛନ୍ତି କାଳିଆ ଗୌଡ଼। ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଗତ ରାତିରେ କେହି ଦୁର୍ବୁତ୍ତ ଠେଙ୍ଗାରେ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅନୁମାନ କରାଯାଉଛି।ଖବର ପାଇ ଆଜି ସକାଳେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅପରାହ୍ନରେ ଛତ୍ରପୁର ରୁ ସାଇଣ୍ଟିଫିକ ଟିମ ଆସି ଘଟଣାର ଅଧିକା ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠାଇଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ମନେ ହେଉଛି।ମୃତ ଯୁବକ ଜଣକ କିଛି ମାସ ପୂର୍ବରୁ ଏକ ମାମଲାରେ ଜେଲରୁ ଫେରିଥିବା ଜଣାପଡ଼ିଛି। ଏ ନେଇ କେସ ନମ୍ବର ୨୫୭/୨୧ ରେ ଏକ ମାମଲା ରୁଜୁ କରି ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡର ଘଟିଥିବା ଅନୁମାନ କରାଯାଉଛି। ତେବେ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here