ବରିଷ୍ଠ ନାଗରିକ ମଞ୍ଚର ବିଶ୍ବ ଯୋଗ ଦିବସ ପାଳନ

0
393

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ସ୍ଥାନୀୟ ଲାଞ୍ଜିପଲ୍ଲୀର ବରିଷ୍ଠ ନାଗରିକ ମଞ୍ଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ମଞ୍ଚର ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ତତ୍ତ୍ବାବଧାନରେ ଚଣ୍ତି ମନ୍ଦିର ନିକଟସ୍ଥ ଦିବ୍ୟ ଜୀବନ ସଂଘ ପରିସରରେ ବିଶ୍ବ ଯୋଗ ଦିବସ ପାଳନ କରାଯାଇଥିଲା।ସର୍ବ ପ୍ରଥମେ ବ୍ୟାୟାମ ଗୁରୁ ଶ୍ରୀ ଶିବରାମ ପାଣିଗ୍ରାହି ଉପସ୍ଥିତ ସଭ୍ୟ ମାନଙ୍କୁ ଲଘୁ ବ୍ୟାୟାମ କରାଇବା ପରେ ଯୋଗ ଗୁରୁ ଡାଃ ପ୍ରଶାନ୍ତ କୁମାର ପତି ଉପସ୍ଥିତ ସଭ୍ୟଙ୍କୁ ଯୋଗର ଉପକାରିତା ଓ ଆବଶ୍ଯକତା ଉପରେ ଆଲୋକପାତ କରାଇ କେତୋଟି ସୁକ୍ଷ୍ମ ଆସନ ଓ ପ୍ରାଣାୟମ କରାଇଥିଲେ।ସଭାପତି ପ୍ରଫେସର ପାଢ଼ୀ ତାଙ୍କର ବକ୍ତବ୍ୟରେ ଯୋଗର ସଜ୍ଞା, ପ୍ରକାର ଭେଦ, ଅଷ୍ଟାଙ୍ଗଯୋଗ ଉପରେ ସବିଶେଷ ଆଲୋଚନା କରି ଜୀବନ ପଥରେ ଶରୀର ରୂପକ ରଥରେ ରଥୀ ରୂପେ ଅଧିଷ୍ଠିତ ଥିବା ଜୀବାତ୍ମାକୁ କିପରି ପରଂବ୍ରହ୍ମ ପରମାତ୍ମାଙ୍କ ଶରୀରରେ ଯୋଗ ବା ଲୀନ କରା ଯାଇ ପାରିବ ତାହା ଉପରେ ଗୁରୁତ୍ବ ଆରୋପ କରିଥିଲେ ।ଅନ୍ୟାନ୍ୟ ସଭ୍ୟଙ୍କ ମଧ୍ୟରୁ ଶ୍ରୀ ପ୍ରମୋଦ କୁମାର ମିଶ୍ର ଯୋଗ ଉପରେ ଆଧାରିତ ସ୍ବରଚିତ ପଦ୍ୟ ପାଠ କରିଥିଲେ।ଏହି କାର୍ଯ୍ଯକ୍ରମରେ ମଂଚର ସଂପାଦକ ଶ୍ରୀ ବିଶ୍ବନାଥ ପାଢ଼ୀ ଏବଂ ସର୍ବଶ୍ରୀ ସତ୍ୟବାଦୀ ମହାରଣା, କବିରାଜ ସାହୁ, ଅନ୍ତର୍ଯ୍ଯାମୀ ଗୌଡ, ଅନ୍ତର୍ଯ୍ଯାମୀ ମହାରଣା, କ୍ରିଷ୍ଣା ରାଓ, ସୂର୍ଯ୍ଯ ନାରାୟଣ ମହାନ୍ତି, କ୍ରୁଷ୍ଣ ଚନ୍ଦ୍ର ପାଢ଼ୀ, ଲୋକନାଥ ବ୍ରହ୍ମା, ଏ. ମାଧବ ପାତ୍ର, ସୁନୀଲ୍ କୁମାର ଗୌଡ, ଭାକାରୀ ଚରଣ ଗୌଡ,ରାମଚନ୍ଦ୍ର ରେଡି, ବନମାଳୀ ସାହୁ, ହରିକ୍ରୁଷ୍ଣ ସାହୁଙ୍କ ସମେତ ପ୍ରାୟ ବିଂଶାଧିକ ସଭ୍ୟ କରୋନା ନିୟମାଦି ପାଳନ କରି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଂଘର ସକ୍ରୀୟ ସଦସ୍ୟ ତଥା ଆକାଶ ବାହିନୀର ଅବସରପ୍ରାପ୍ତ ସର୍ଜଶ୍ଟ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here