ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

0
219

ବ୍ରହ୍ମପୁର: ସୋମବାର ଦିନ ଦିବ୍ୟଜୀବନ ସଙ୍ଘ ଦ୍ୱାରା ଲାଞ୍ଜିପଲ୍ଲୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୭ମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଦିବ୍ୟଜୀବନ ସଙ୍ଘ ଯୋଗାଚାର୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ ମହାରାଜ ଏବଂ ବରିଷ୍ଠ ଯୋଗ ଶିକ୍ଷକ ଗୋୖରୀ ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାଣକୁ ରକ୍ଷା ନିମନ୍ତେ ପ୍ରାଣାୟମ ଅତ୍ୟନ୍ତ ଆବଶ୍ୟକ ୯୦% ରୋଗ କେବଳ ଭସ୍ତ୍ରିକା,କପାଳଭାତି ଅନୁଲୋମ ବିଲୋମ, ଭ୍ରାମରୀ, ଅଗ୍ନିସାର, ଉଦଗୀତ ଇତ୍ୟାଦି ପ୍ରାଣାୟମ ଦ୍ୱାରା ରୋଗ ଠିକ ହୋଇଥାଏ। “କର ଯୋଗ ରୁହ ନିରୋଗ”ର ଗୁରୁ ମନ୍ତ୍ର ସ୍ୱାମୀଜୀ ଦେଇଥିଲେ।ମାଣ୍ଡୁକ ଆସନ,ଗୋମୁଖାସନ,ସର୍ବଙ୍ଗାସନ, ଶୀର୍ଷାସନ, ହଲାସନ କରିବା ଦ୍ୱାରା ରୋଗ ଠିକ ହୋଇଥାଏ,କିନ୍ତୁ ନିୟମିତ ନିରନ୍ତର ଅଭ୍ୟାସ ହିଁ ସଫଳତାର ଚାବିକାଠି।ପୂର୍ବରୁ ମୁନୀ ଋଷିମାନେ କେବଳ ଯୋଗ କରି ସୁସ୍ଥ ଓ ନିରୋଗ ରହୁଥିଲେ।ବର୍ତ୍ତମାନର କରୋନା ପରିସ୍ଥିତିରେ ପ୍ରାଣାୟମ ଓ ଯୋଗର ମହତ୍ବ ଯଥେଷ୍ଟ ଅଧିକ।ଆତ୍ମା ଓ ପରମାତ୍ମା ମିଳନ ଯୋଗ।ଯୋଗଶ୍ଚିତ୍ତ ବୃତ୍ତି ନିରୋଧ।ମନକୁ ପବିତ୍ର ରଖି ଯୋଗ ଦ୍ୱାରା ମନକୁ ଶାନ୍ତି ମିଳେ।ମନକୁ ନିଜ ଅଧୀନରେ ରଖିବାକୁ ହିଁ ଯୋଗ କୁହାଯାଏ।

ସମସ୍ତ କୋଭିଡ କଟକଣାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶାଖାର ପୂର୍ବତନ ସଭାପତି ପି.ଗୋପୀନାଥ ଦୋରା, ବରିଷ୍ଠ ଗୁରୁଭାଇ ପି.ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି,ବି.ରାମଚନ୍ଦ୍ର ପାତ୍ର, ଶେଖର ରେଡ୍ଡୀ, ଜଗଦିଶ ପ୍ରଧାନ, ଅକ୍ଷୟ କୁମାର ରଥ,ଇ. ସୁବୋଧ,ସହଦେଵ ପାତ୍ର, ସଙ୍କେତ କୁମାର ଦାଶ ଉପସ୍ଥିତ ଥିଲେ।ପରିଶେଷରେ ବରିଷ୍ଠ ଯୋଗ ଶିକ୍ଷକ ଇ.ସୀମାଞ୍ଚଳସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here