ଜୁନ ୨୧ ତାରିଖରେ ୫ ଟି କେନ୍ଦ୍ରରେ ୧୮+ ବର୍ଷ ବ୍ୟକ୍ତିଙ୍କୁ କୋଭିଡ ଟୀକା

0
267

ବୁଗୁଡା: କରୋନା ସଂକ୍ରମଣର ରକ୍ଷା କବଚ ଭାବେ ପରିଚିତ କୋଭିଡ ଟୀକା ବୁଗୁଡା ବ୍ଲକର ୫ଟି କେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ଜୁନ ୨୧ ତାରିଖ ଦିନ ଦେବାପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ସେହି ଟିକାଦାନ କେନ୍ଦ୍ର ଗୁଡିକ ହେଲା (୧) ଗୁଗୁଡା ରାଜୀବ ଗାନ୍ଧୀ ସେବା କେନ୍ଦ୍ର, (୨) ବୁଗୁଡା ସିଡିପିଓ ଅଫିସ, ପୁରୁଣା, (୩)ମାଣିତରା ସ୍କୁଲ, (୪)ନଗୁଡୁ ସ୍କୁଲ ଓ (୫) ଭାମଶ୍ୟାଳି ସ୍କୁଲ। ପୂର୍ବରୁ ପଞ୍ଜିକୃତ କରିଥିବା ବ୍ୟକ୍ତି ଓ କେନ୍ଦ୍ରରେ ନାମ ପଞ୍ଜିକୃତ କରିଥିବା ବ୍ୟକ୍ତି ଏହି ପାଞ୍ଚଟି କେନ୍ଦ୍ରରେ ଟୀକା ଗ୍ରହଣ କରିପାରିବେ। ଟୀକା ଦେବା କେନ୍ଦ୍ରକୁ ଆସିବା ବେଳେ ନିଜର ଆଧାର କାର୍ଡ ବା ଭୋଟ ପରିଚୟ ପତ୍ରର ନକଲ ନିଶ୍ଚିତ ଭାବେ ସାଥିରେ ଆଣିଥିବେ। ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ସକାଳ ୯ ଘଣ୍ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଟୀକା ଦିଆଯିବ। ସେହି ସମୟକୁ ଦେଖି ସମସ୍ତେ ଟିକାଦାନ କେନ୍ଦ୍ରରେ ନିଶ୍ଚିତ ଭାବେ କୋଭିଡ ଆଇନ ମାନି କ୍ରମାନୟରେ ଯିବେ। ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବେ। ନିଜେ ଟୀକା ଦେବା ପାଇଁ ସଜାଗ ହେବା ସହ ଅନ୍ୟଙ୍କୁ ମଧ୍ୟ ଏହି ଖବର ଜଣାଇ ଟିକାଦାନକୁ ସଫଳ କରିବାକୁ ବିଡ଼ିଓ ତନ୍ମୟ ପାତ୍ର, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ ବିପିଏମ ବିଶ୍ଵଜିତ ପ୍ରଧାନ ଅନୁରୋଧ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here