ପୁଣି ୮୦ଜଣ ଖାଲାସି ଶ୍ରମିକଙ୍କୁ ଚାଉଳ ବାଣ୍ଟିଲେ ଶ୍ରମିକ ନେତା ପୀତବାସ ପଣ୍ଡା

0
231

ବ୍ରହ୍ମପୁର:କରୋନା ସମୟ ରେ ହଜାର ହଜାର ଶ୍ରମିକ କାମ ଧନ୍ଦା ନପାଇଁ ଘୋର ଦୁର୍ଦ୍ଧିନ ଭିତରେ ଗତି କରୁଛନ୍ତି l ଏହି ଶ୍ରମିକ ଶ୍ରେଣୀ ମଧ୍ୟରେ ଯାତ୍ରୀବାହୀ ବସରେ ଲୋକଙ୍କ ଜିନିଷ ପତ୍ର ମୁଣ୍ଡରେ ଓ ପିଠିରେ ଧରି ଜୀବନ ବଞ୍ଚାଉଥିବା ଖାଲାସି ଶ୍ରମିକ ମାନେ ବଂଚିବା କଠିନ ହୋଇ ଯାଇଛି l ଏହି ବର୍ଗର ଶ୍ରମିକଙ୍କ ଅସୁବିଧା ଜାଣିବା ପରେ ବ୍ରହ୍ମପୁର ର ଜଣାଶୁଣା ଆଇନଜୀବି ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ପୀତବାସ ପଣ୍ଡା ସହାୟତାର ହାତ ବଢ଼ାଇଛନ୍ତି l ଆଜି ବ୍ରହ୍ମପୁର ନୁଆଁ ବସଷ୍ଟାଣ୍ଡ, ଆସ୍କା ରୋଡ଼ସ୍ଥିତ ତାଳୁକା ଓ ଫାଷ୍ଟ ଗେଟ ଅଞ୍ଚଳର ଶ୍ରମିକ ଭାଇ ମାନଙ୍କୁ ଶ୍ରୀ ପଣ୍ଡା ନିଜସ୍ୱ ଉଦ୍ୟମରେ ପ୍ରାୟ 80ଜଣ ଶ୍ରମିକ ଙ୍କୁ 25kg ର ଗୋଟିଏ ଗୋଟିଏ ଚାଉଳ ବସ୍ତା ବଣ୍ଟନ କରିଛନ୍ତି l ଏହା ପୂର୍ବରୁ ଶ୍ରୀ ପଣ୍ଡା ବ୍ରାହ୍ମଣ, ପୂଜାରୀ, ମଞ୍ଚ କଳାକାର,ଘରୋଇ କାମବାଲି ମହିଳା, କୌଳିକ ବୃତ୍ତି କରୁଥିବା ଧୋବା, ଭଣ୍ଡାରୀ, ଅସହାୟ ବିଧବା,ସ୍ୱାମୀ ପରିତ୍ୟକ୍ତା ଗରିବ ମହିଳା, ନିଜ ସନ୍ତାନ ଦ୍ଵାରା ଅବହେଳିତ ବୃଦ୍ଧ ଓ ବୃଦ୍ଧା ପ୍ରଭୁତିଙ୍କୁ ଗୋଟିଏ ଗୋଟିଏ ଚାଉଳ ବସ୍ତା ବଣ୍ଟନ କରିଛନ୍ତି l ବ୍ରହ୍ମପୁରରେ କରୋନା ସମୟରେ ଯିଏ ବି ଅସୁବିଧାରେ ଥିବ ତାଙ୍କୁ ସାହାଯ୍ୟ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି l
ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରମିକ ନେତା ରବି ଅଧିକାରୀ,ଉଦୟ ପାଣିଗ୍ରାହୀ,ସୁଧୀର ମହାରଣା, ରଞ୍ଜନ ନାୟକ, ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର, ସୁନିତା ସାହୁ, ଶ୍ରୁତିମୟୀ ପଟ୍ଟନାୟକ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here