ବ୍ରହ୍ମପୁରରେ ବନ୍ଧ ପୁନଃଉଦ୍ଧାର ରେ ଦୁର୍ନୀତିର ଗନ୍ଧ -ତଦନ୍ତ ଦାବୀ କଲେ କଂଗ୍ରେସ ନେତା ପୀତବାସ ପଣ୍ଡା

0
246

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଛୋଟ ବଡ଼ ପ୍ରାୟ ଚାଳଶି ଗୋଟି ବନ୍ଧ ଅଛି l ଏଗୁଡିକକୁ ବ୍ୟବହାର ଯୋଗ୍ୟ କରିବା ପାଇଁ 2007 ମସିହାରୁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ଓ ସେଥିପାଇଁ କେନ୍ଦ୍ରରେ ଥିବା ତତ୍କାଳୀନ କଂଗ୍ରେସ ସରକାର ଓ ବର୍ତ୍ତମାନର ବିଜେପି ସରକାର ପ୍ରାୟ 14କୋଟି 99ଲକ୍ଷ 30ହଜାର ଟଙ୍କା ବିଭିନ୍ନ ପର୍ଯାୟରେ ବ୍ରହ୍ମପୁର ପୌର ସଂସ୍ଥାକୁ ଅନୁଦାନ ଦେଇଥିବା ଏକ ସୂଚନା ଅଧିକାର ଆଇନ ଦ୍ଵାରା ପ୍ରାପ୍ତ ଖବରରୁ ଆଇନଜୀବି ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ପ୍ରକାଶ କରିଛନ୍ତି l କିନ୍ତୁ ଦୁର୍ଭାଗ୍ୟର କଥା ଏହି ବିପୁଳ ଧନ ରାଶିକୁ ଠିକ୍ ଭାବରେ ବ୍ୟବହାର କରା ଯାଇନଥିବା ଓ ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିୟତା ହୋଇଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି l
ମହାନଗର ନିଗମ ଜଳାଶ୍ରୟ ଗୁଡିକକୁ ଲୋକ ଙ୍କ ବ୍ୟବହାର ଉପଯୋଗୀ ଓ ସୁରକ୍ଷା ପାଇଁ ଗତ ପାଞ୍ଚ ବର୍ଷରେ କେବଳ ଚାଳସୀ ଗୋଟି ବନ୍ଧ ମଧ୍ୟରୁ କେବଳ ଦଶ ଗୋଟି ବନ୍ଧରେ 8କୋଟି 27ଲକ୍ଷ 59ହଜାର 383ଟଙ୍କା ଖର୍ଚ୍ଚ କରିଛନ୍ତି l ଏପରିକି ବିଜିପୁର ଓ ପାୟଲ ସିନେମା ହଲ ନିକଟରେ ଥିବା ବନ୍ଦ ଦୁଇଟିରେ ଏକାଧିକ ଥର କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଇଛି l କେନ୍ଦ୍ର ସରକାର ଙ୍କ ଠାରୁ ଆସିଥିବା ଏହି ବିପୁଳ ଧନରାଶିର ଅସଦ ବ୍ୟବହାର ହୋଇଥିବା ସ୍ପଷ୍ଟ ବାରି ହେଉଛିl ସହରର କୌଣସି ଗୋଟିଏ ବି ବନ୍ଦ ଲୋକଙ୍କ ବ୍ୟବହାର ଯୋଗ୍ୟନୁହେଁ, ଏପରିକି ନିମ୍ନ ମାନର କାମ ଯୋଗୁଁ ମାତ୍ର କିଛି ବର୍ଷ ତଳେ ତିଆରି କରାଯାଇଥିଲା ବନ୍ଧହିଡ଼ ଭୁଷୁଡ଼ି ପଡ଼ିଗଲାଣି l ଠିକ୍ ଭାବରେ ପଙ୍କ ଉଦ୍ଧାର ନହେବା ଓ ଦଳ ସଫା ନ ହେବାରୁ ସହର ର କୌଣସି ଗୋଟିଏ ବି ବନ୍ଧ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇ ରହି ନାହିଁ l ଅତଏବ କୋଟି କୋଟି ଟଙ୍କା କିମିତି ଓ କିପରି ଖର୍ଚ୍ଚ ହେଲା ତାର ଭିଜିଲାନ୍ସ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ଓ ଦୁର୍ନୀତିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ପୀତବାସ ପଣ୍ଡା ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here