ସାନଖେମୁଣ୍ଡି ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ବିଜେପିର ବ୍ଳକ ଘେରାଉ

0
141

ସାନଖେମୁଣ୍ଡି/ ଗଞ୍ଜାମ – ସାନଖେମୁଣ୍ଡି ବ୍ଳକ ଅଞ୍ଚଳକୁ ମରୁଡି ଘୋଷଣା ଦାବିନେଇ ବୁଧବାର ଦିନ ଭାରତୀୟ ଜନତା ପାର୍ଟି ତରଫରୁ ବ୍ଳକ ଘେରାଉ ଏବଂ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆହ୍ବାନ କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭାରତୀୟ ଜନତା ପାର୍ଟି ବରିଷ୍ଠ ନେତା ବିଜୟ କୁମାର ସ୍ଵାଇଁଙ୍କ ନେତୃତ୍ୱରେ ୨୫୦୦ ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଓ ଚାଷୀ ଏକତ୍ରିତ ହୋଇ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଅବସରରେ ଚାଷୀମାନେ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଦୁର୍ନୀତି , ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ହାତରେ ଉଜୁଡି ଯାଇଥିବା ଧାନ କେଣ୍ଡା ଧରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏଥିସହ ସାନଖେମୁଣ୍ଡି ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି , ଚାଷୀଙ୍କୁ କ୍ଷତିପୂରଣ ଦାବି , ଚାଷୀ ଋଣ ଛାଡ ଭଳି ଅନେକ ଦାବି ସମ୍ବଳିତ ଏକ ସ୍ମାରକପତ୍ର ସ୍ଥାନୀୟ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ଓବିସି ମୋର୍ଚ୍ଚା ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗଦାଧର ସ୍ୱାଇଁ , ଭାଜପା ଯୁବ ମୋର୍ଚ୍ଚା ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପ ସଭାପତି ଚିନ୍ମୟ ରେଡ୍ଡୀ , ଗୌତମ କୁମାର ରଣା , ସୁନିଲ ପ୍ରଧାନ , ଜିଲୁ ପ୍ରଧାନ , ପାଣ୍ଡା ପରିଡା , ମୁନେସ ଦୋରା , ଜଗନ୍ନାଥ ରେଡ୍ଡୀ , ଅଙ୍ଗଦ ମହାନ୍ତି , ଲିଟୁ ପ୍ରଧାନ , ପବିତ୍ର ତ୍ରିପାଠୀ , ରେଡିକା ଜାନୀ , ମିଥୁନ ପ୍ରଧାନ, ବିଭୁ ରେଡ୍ଡୀ ସମେତ ବହୁ କର୍ମୀ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here