ବେଗୁନିଆପଡ଼ା ପୋଲିସ ପକ୍ଷରୁ ଚେକିଂ କଡାକଡି, ନିୟମ ଉଲ୍ଲଂଘନକାରୀ ଅମାନିଆଙ୍କୁ ପାନେ

0
333

ବେଗୁନିଆପଡା: କରୋନାର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାସ୍କ ଓ ହେଲିମେଟ ଚେକିଂକୁ କଡାକଡି କରାଯାଇଛି । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ପାଇଁତରା ମାରୁଛି ପୋଲିସ । ଏହି କ୍ରମରେ ଆଜି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ତତ୍ୱାବଧାନରେ ବେଗୁନିଆପଡ଼ାରେ ମାସ୍କ ଓ ହେଲିମେଟ ଚେକିଂ କଡ଼ାକଡ଼ି କରାଯାଇଛି । ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରାଯାଉଛି । ଏହି ଚେକିଂରେ ବେଳେ ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ସହ ଏକ ଟିମ କୋଭିଡ ଗାଇଡଲାଇନ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ତାଗିତ କରାଯିବା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here