ଧନେଇ ନଦୀରେ ବୁଡି ଯୁବକ ମୃତ

0
237

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅରବିନ୍ଦ ନଗର ର ଧନେଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର l ମୃତକ ହେଲେ ସେହିଗ୍ରାମର ୪୦ ବର୍ଷୀୟ ସୁଦର୍ଶନ ମଣ୍ଡଳ l ସୂଚନା ମୁତାବକ ସୁଦର୍ଶନ ଆଜି ନିକଟସ୍ଥ ଧନେଇ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସି ଯାଇ ନଦୀରେ ବୁଡ଼ିଯାଇଥିଲେ l ବହୁ ସମୟ ପରେ ମଧ୍ୟ ସୁଦର୍ଶନ ଘରକୁ ନଫରିବା କାରଣରୁ ପରିବାର ପକ୍ଷରୁ ଗ୍ରାମରେ ବହୁତ ଖୋଜାଖୋଜି କଲାପରେ ଗ୍ରାମବାସୀ ନଦୀରେ ସୁଦର୍ଶନ ଙ୍କ ସନ୍ଧାନ ପାଇବା ପରେ ତାଙ୍କୁ ଆସିକା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେପଟେ ଏହି ଖବର ପାଇ କବିସୂର୍ଯ୍ୟନଗର ପୋଲିସ ମେଡିକାଲ ରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଯାଇ ଘଟଣା ର ତଦନ୍ତ ଚଳାଇଥିବା ଜଣାଯାଇଛି l

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here