ଭଞ୍ଜନଗର ରୋଟାରୀ କ୍ଲବର ୧୫ ତମ ଅଧିଷ୍ଠାନ ଦିବସ ପାଳିତ

0
327

ଭଞ୍ଜନଗର :ସ୍ଥାନୀୟ ନିୟନ୍ତ୍ରିତ ବଜ଼ାର କମିଟି ସଭାଗୃହ ଠାରେ ଭଞ୍ଜନଗର ରୋଟାରୀ କ୍ଲବର 15 ତମ ଅଧିଷ୍ଠାନ ଦିବସ ସଭାପତି ପଞ୍ଚାନନ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥିଭାବେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ. ସୀତାଂଶୁ ଶେଖର ଶତପଥି, ସଂମାନନୀୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ. ଧନଞ୍ଜୟ, ମୁଖ୍ୟବକ୍ତା ଭାବେ ଜୋନାଲ ଅଧକ୍ଷ ଜବାହର ଲାଲ ପାଳ, 2021-22ସଭାପତି ଶ୍ରୀଯୁକ୍ତ ଭି. ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ, ସମ୍ପାଦକ ରଂଜିତ କୁମାର ବାରିକ ମଂଚାସୀନ ଥିଲେ l ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାନୁଯାୟୀ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ସ୍ୱାଗତ କରାଯାଇଥିଲା l ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ ସ୍ୱାଗତ ଭାଷଣ ଦେବାପରେ ବିଦାୟୀ ସମ୍ପାଦକ ରଂଜିତ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହାପରେ ରୋଟାରୀ ନିୟମl ନୁଯାୟୀ ବିଦାୟୀ ସଭାପତି, ସମ୍ପାଦକ ନୂତନ ସଭାପତି ଓ ସମ୍ପାଦକ ଙ୍କୁ ଜୋନାଲ ସଚିବ ଜବାହର ଲାଲ ପାଳ ଙ୍କ ଉପସ୍ଥିତି ରେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l ପରେ ଶ୍ରୀଯୁକ୍ତ ପାଳ ନବନିଯୁକ୍ତ ସଭାପତି, ସମ୍ପାଦକ ଙ୍କୁ ଶପଥ ପାଠ କରାଇଥିଲେ l କିଛି ନୂତନ ସଭ୍ୟ ମଧ୍ୟ ଆଜି କ୍ଲବ ରେ ଯୋଗଦେଥିଲେ l ଏହିଅବସରରେ ଅତିଥିମାନେ ରୋଟାରୀ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିବାବେଳେ ପ୍ରତ୍ୟେକ ରୋଟlରିଆନ ନିସ୍ଵାର୍ଥ ଭାବେ ଲୋକଙ୍କୁ ସେବା ଯୋଗାଇବା ସହ ଜନସାଧାରଣଙ୍କ ସୁଖ ଦୁଃଖ ର ସାଥି ହେବା ଉଚିତ ବୋଲି କହିଥିଲେ l ଭଞ୍ଜନଗର ରୋଟାରୀ କ୍ଲବ ନିରବିଛିନ ଭାବେ ସେବାଦେଇ ଲୋକଙ୍କ ପାଖରେ ପହଂଚୁ ଥିବା ଯୋଗୁଁ ପ୍ରଶଂସା କରାଯାଇଥିଲା l ବିଦାୟୀ ସଭାପତି, ସମ୍ପାଦକ ଗତବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ବିସ୍ତ୍ତ୍ୱୁ କୁମାର ପ୍ରଧାନ, ଜଗଦୀଶ ପାଣିଗ୍ରାହୀ ଓ ସ୍ୱାସ୍ଥ୍ୟ, ସେବା, ପାଇଁ କିଛି କର୍ମଚାରୀଙ୍କୁ ପ୍ରଶଂସା ପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା l ସମାଜର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ବନ୍ଧୁମାନଙ୍କୁ ନୂତନ ସଭାପତି v. ଦେବୀ ପ୍ରସାଦ ପାତ୍ର ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ କୁ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ, ସନ୍ତୋଷ କୁମାର ଜେନା ସଂଯୋଜନା କରିଥିଲେ l କ୍ଲବ ର ସମସ୍ତ ସଭ୍ୟ ପରିଚାଳନା କରିଥିବାବେଳେ 2022-23ନିର୍ବାଚିତ ସଭାପତି ମଧୁସୂଦନ ମହାପାତ୍ର ଧନ୍ୟବାଦ ଦେଇଥିଲେ l

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here