ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟ ଜାରି, ତଥାପି ନିଘା ନାହିଁ। ତଟ ସୁରକ୍ଷା ଢିଲା, ମୁକୁଳା ପଡିଛି ବେଳାଭୂମି।

0
692

ସୁନାପୁର / ଆର୍ଯ୍ୟପଲ୍ଲୀ ୧୨/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ପାକିସ୍ତାନ ଅତ୍ୟନ୍ତ ବିଚଳିତ ଓ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫଳସ୍ୱରୂପ ଭାରତ ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ସମୁଦ୍ରପଥରେ ସମ୍ଭାବ୍ୟ ଆକ୍ରମଣର ସୂଚନା ଗୁଇନ୍ଦା ବିଭାଗ ପକ୍ଷରୁ ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଦେଶରେ ହାଇ ଆର୍ଲଟ ଜାରୀ କରାଯାଇଛି । କିନ୍ତୁ ଗଞ୍ଜାମ ଜିଲ୍ଲାର ତଟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଢିଲା ସ୍ଥିତି ଦେଖିବାକୁ ମିଳିଛି। ଓଡ଼ିଶାର ୧୮ଟି ମେରାଇନ ଥାନା ସହ ୬ଟି ଜିଲ୍ଲାର ଏସ୍ପିଙ୍କୁ ସଜାଗ କରାଯାଇଛି । ଏହା ସହ ନୌସେନା ପକ୍ଷରୁ ଜଳପଥକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ରାଜ୍ୟର ମେରାଇନ ଥାନା ଅଧୀନରେ ଥିବା ମସ୍ୟଜୀବୀ ସଂଘକୁ ସଚେତନ କରିବା ପାଇଁ ପଦକ୍ଷେପ ଆରଂଭ କରାଯାଇଛି। କାରଣ ଜଳପଥର ସୁରକ୍ଷା ଦାୟିତ୍ୱ ହେଉଛି ମସ୍ୟଜୀବୀମାନଙ୍କର ଓ ଏମାନେ ସଜାଗ ପ୍ରହରୀ ଭାବେ ତଟ ସୁରକ୍ଷା ବିଭାଗର ଆଖି ଓ କାନ ଭାବରେ ପରିଚିତ ।

ତେଣୁ ଓଡ଼ିଶାର ୧୮ଟି ଜିଲ୍ଲାର ମେରାଇନ ଥାନା ନିକଟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ନେଇ ଆରଂଭ ହୋଇଛି ଉପକୂଳ ସୁରକ୍ଷା ସଚେତନତା ଅଭିଯାନ। ଏହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ଥିବା ପ୍ରାୟ ୬୦ କିଲୋମିଟର ବିସ୍ତୃତ ବେଳାଭୂମିର ସୁରକ୍ଷା ପାଇଁ ଗୋଟିଏ ତଟସୁରକ୍ଷା କ୍ୟାମ୍ପ ସହ ନାମକୁ ମାତ୍ର ରହିଛି ସୁନାପୁର ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା। ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଥାନା ଗୁଡିକରେ ନାହାନ୍ତି ଆବଶ୍ୟକ କର୍ମଚାରୀ,ବନ୍ଧୁକ ଓ ପେଟ୍ରୋଲିଂ ବୋଟ । ଅଛନ୍ତି କେବଳ ହାତଗଣତି କିଛି ଗୃହରକ୍ଷୀ ବାହିନୀ । ଯାହାଙ୍କ ପାଖରେ ବନ୍ଧୁକ ତ ଦୂରର କଥା ଲାଠିଟିଏ ବି ନାହିଁ। ଗଞ୍ଜାମ ଜିଲ୍ଲା ତଟ ସୁରକ୍ଷାର ଏ ହେଉଛି ବାସ୍ତବ ଚିତ୍ର। ଆଗକୁ ଜଣାପଡିବ କେତେଦୂର ସଫଳ ହେବ ଉପକୂଳ ସୁରକ୍ଷା ସଚେତନତା ଅଭିଯାନ ।

LEAVE A REPLY

Please enter your comment!
Please enter your name here