କରୋନାରେ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ସଂଘର ଆର୍ଥିକ ସହାୟତା

0
213

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ବ୍ରହ୍ମପୁର ମହାନଗର ଅନ୍ତର୍ଗତ ବାରାକ୍ସ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଗାୟତ୍ରୀ ଦେବୀ କରୋନା ସଂକ୍ରମଣରେ ପୀଡିତ ହୋଇ ଗତ ୧୩/୬/୨୧ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ।ତେବେ ବ୍ରହ୍ମପୁର ମହାନଗର ଏଲିମେଣ୍ଟାରି ଶିକ୍ଷକ ସଂଘ ତରଫରୁ ଆଜି ଗେଟ ବଜାର ନିକଟସ୍ଥ ସୂର୍ଯ୍ୟନଗରରେ ଅବସ୍ଥିତ ବାସଗୃହରେ ଏକ ପ୍ରତିନିଧି ଦଳ ସଙ୍ଘର ସଭାପତି ରାଜେଶ କୁମାର ତାରିଣୀଙ୍କ ନେତୃତ୍ୱରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ ଜଣେଇବା ସହ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏହା ସହିତ ରଙ୍ଗେଇଲୁଣ୍ଡା ଗୋଷ୍ଠି ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ରଙ୍କ ପରାମର୍ଶ କ୍ରମେ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଗଞ୍ଜାମରୁ ୧୦ ହଜାର ଟଙ୍କା ସିଆରସିସି ଶ୍ରୀମତୀ ମମତା ପାଣିଗ୍ରାହୀଙ୍କ ଉପସ୍ଥିତରେ ପ୍ରଦାନ କରାଯାଇଥିଲା।ଉଭୟ ସହାୟତା ମୃତ ଶିକ୍ଷୟିତ୍ରୀଙ୍କ ପୁତ୍ର ଶ୍ରୀମାନ ଶିବାନନ୍ଦ ପାତ୍ର ଗ୍ରହଣ କରିବା ସହ ଏଭଳି ଦୁଃଖଦ ସମୟରେ ସଂଘର ଭୂମିକାକୁ ସାଧୁବାଦ ଜଣାଇଥିଲେ।ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ସୀମାଞ୍ଚଳ ମିଶ୍ର, କୋଷାଧ୍ୟକ୍ଷ କେ. ଆନନ୍ଦ ରାଓ, ସଦସ୍ୟ ବନମାଳୀ ଦାସ, ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଧୌର୍ଯ୍ୟ ପ୍ରଦାନ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here