ଭଞ୍ଜନଗର ଏନ.ଏ. ସି ତରଫରୁ ୱାଡ଼ କ୍ରମେ ଫୋନ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସୁବିଧା

0
459

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) : କୋରନା ଭୁତାଣୁ କୁ ନେଇ ସାରା ଦେଶରେ ସରକାର ଙ୍କ ପକ୍ଷରୁ ଲକ୍ ଡାଉନ ଜାରି କରାଯାଇଛି।ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ସ୍ଥାନୀୟ ଜନସାଧାରଣ ଙ୍କୁ ପ୍ରଶାସନ ତରଫରୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଲୋକ ମାନେ ଅତ୍ୟାବଶ୍ୟକ ଜିନିଷ ପତ୍ର ପାଇବାରେ ଅସୁବିଧା ର ସମୁଖୀନ ହେବାକୁ ପଡୁଛି। ଏଣୁ ଏହି ପରିସ୍ଥିତିରେ ଲୋକ ମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହି କର୍ମରେ ଭଞ୍ଜନଗର ଏନ.ଏ. ସି ପକ୍ଷରୁ ସହରର ସମସ୍ତ ୧୫ଟି ୱାଡ଼ ରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସୁବିଧାରେ ସହରବାସୀ ଙ୍କୁ ସକାଳ ୭ଟା ରୁ ୧୨ଟା ପଯ୍ୟନ୍ତ ପନିପରିବା, ବିଭିନ୍ନ ପ୍ରକାରର ସଉଦା ,କ୍ଷୀର,ମେଡ଼ିସିନ,ମାଂଶ ଆଦି ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ କେବଳ ଔଷଧୀୟ ସାମଗ୍ରୀ ୨୪ଘଣ୍ଟା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here