ବେଗୁନିଆପଡା ବଜାର ଉପରେ ବ୍ଲକ ପ୍ରଶାସନ ପକ୍ଷରୁ ଚଢ଼ାଉ ; କଟକଣା ଉଲଙ୍ଘନକାରୀ ଠାରୁ ଜରିମାନା ଆଦାୟ

0
533

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ବିଭିନ୍ନ ସ୍ଥାନରେ ଲକ ଡାଉନ ସମୟରେ ନିୟମ ଭାଙ୍ଗୁଥିବା ଉଲଂଘନକାରୀଙ୍କ ଉପରେ ପ୍ରଶାସନ ତରଫରୁ ଚଢ଼ାଉ ଓ ଜରିମନା ଆଦାୟ ଜାରିରହିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପ୍ରଶାସନ ପକ୍ଷରୁ ବେଗୁନିଆପଡା ବସଷ୍ଟାଣ୍ଡ ଓ ପରିବା ମାର୍କେଟ ଉପରେ ଚଢ଼ାଉ କରାଯାଇ ଉଲଂଘନକାରୀଙ୍କ ଠାରୁ ଜରିମନା ଆଦାୟ କରାଯାଇଥିଲା l ଦୋକାନ ଆଗରେ ଗହଳି ହେବା, ମାସ୍କ ନପିନ୍ଧିବା ଆଦି କାରଣରୁ ପ୍ରାୟ ଦଶରୁ ଉର୍ଦ୍ଧ ଲୋକ ଜରିମନା ଦେଇଥିଲେ l ଏହି ଚଢ଼ାଉ ବିଡ଼ିଓ ଦେବବର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏଥିରେ ବ୍ଲକ କର୍ମଚାରୀମାନେ ସାମିଲ ଥିଲେ l 

LEAVE A REPLY

Please enter your comment!
Please enter your name here