ପାରଳାଖେମୁଣ୍ଡି ସେଞ୍ଚୁରିୟାନ ପବ୍ଲିକ୍ ସ୍କୁଲ ଦ୍ୱାଦଶ ଶ୍ରେଣୀ ଛାତ୍ର ଲଗ୍ନଜିତ ମହାନ୍ତି (ଆଇଏଏସି) ପ୍ରତିଯୋଗିତାରେ ସେଷ ରାଉଣ୍ଡକୁ ଉତ୍ତୀର୍ଣ୍ଣ

0
261

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ରାଜ ସୀତାପୁର ରେ ଥିବା ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ଛାତ୍ର ଲଗ୍ନଜିତ ମହାନ୍ତି ଜ୍ୟୋର୍ତିବିଜ୍ଞାନ ଓ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡକୁ ଉତୀର୍ଣ୍ଣ ହୋଇଛନ୍ତି । ସମଗ୍ର ବିଶ୍ୱରେ ଛାତ୍ରଛାତ୍ରୀ ମାନଙ୍କୁ ଜ୍ୟୋର୍ତିବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଉତ୍ସାହିତ କରୁଥିବା ଜର୍ମାନୀର ଇଣ୍ଟର ନ୍ୟାସନାଲ ଅଷ୍ଟ୍ରୋନୋମି ଏଣ୍ଡ ଅଷ୍ଟ୍ରୋଫିଜିକ୍ସ କମ୍ପିଟିସନ(ଆଇଏଏସି) ସଂସ୍ଥା ପ୍ରତିଯୋଗିତାର ଆୟୋଜନ କରିଥାଏ । ଚଳିତବର୍ଷ ସଂସ୍ଥା ତରଫରୁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଲଗ୍ନଜିତ ମହାନ୍ତି ଅଂଶଗ୍ରହଣ କରିଥିଲେ ଏପ୍ରେଲ ମାସ ୩୦ ତାରିଖ ଓ ଜୁନ ମାସ ୧ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ରାଉଣ୍ଡ ଏବଂ ପୂର୍ବ-ସେଷ ରାଉଣ୍ଡରେ ଉତୀର୍ଣ୍ଣ ହୋଇ ସେଷ -ରାଉଣ୍ଡ ପ୍ରବେଶ କରିଛନ୍ତି । ଜୁନ୍ ୨୯ତାରିଖରେ ସର୍ବସେଷ ରାଉଣ୍ଡ ଅନୁଷ୍ଠିତ ହେବେ । ଲଗ୍ନଜିତ ଏହି ସଫଳତା ନିମନ୍ତେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ରଥ, ଏସ ଶିରିସା ଓ ଅଧ୍ୟକ୍ଷା ଶ୍ରୀମତି ସୁନିତା ପାଣିଗ୍ରାହୀଙ୍କୁ ଶ୍ରେୟ ଦେଇଛନ୍ତି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here