ଓଡ଼ିଶା ରାଜସ୍ୱ ଅମଲା ସଂଘ ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

0
452

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଏହି ବୈଠକରେ ଚୁକ୍ତିଭିତ୍ତିକ ନିଯୁକ୍ତି କୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଚୁକ୍ତିଭିତ୍ତିକ ରାଜ୍ୟ ସରକାରୀ କର୍ମଚାରୀ ନିୟମିତ ସରକାରୀ କର୍ମଚାରୀ ଙ୍କ ଭଳି ସମାନ ଦାଇତ୍ୱ ସମାନ କାମ କରିଥାନ୍ତି, କିନ୍ତୁ ସରକାର ଛଅ ବର୍ଷ ପର୍ଯ୍ୟନ୍ତ କମ ଦରମା ଦେଇ ଛଅ ପରେ ନିୟମିତ କର୍ମଚାରୀ ମାନ୍ୟତା ଦେଇଥାନ୍ତି। ତେଣୁ, ରାଜ୍ୟ ସରକାରଙ୍କ ସମସ୍ତ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ, ସମାନ କାମକୁ ସମାନ ଦରମା ନ୍ୟାୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରତ୍ୟାହାର କରି ନିୟମିତ ନିଯୁକ୍ତି ଦେବା ନିମନ୍ତେ, ସରକାରଙ୍କ ନିକଟରେ ଦାବି ରଖିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ସେହିପରି, ରାଜସ୍ବ ଅମଲା ମାନେ ବିଭିନ୍ନ ସମୟରେ ଅନୁକୂଳ ପରିସ୍ଥିତିରେ ବିଭିନ୍ନ ଦପ୍ତର ରେ କାମ କରିଥାନ୍ତି । କେନ୍ଦ୍ର ସରକାରଙ୍କ ନିର୍ବାଚନ ହେଉ ଅବା ଜନଗଣନା କିମ୍ବା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ରାଜ୍ୟ ସରକାରଙ୍କ ବତୀଶ ଗୋଟି ବିଭାଗରେ କାର୍ଯ୍ୟ କରିଥାନ୍ତି। ବନ୍ୟା, ବାତ୍ୟା ହେଉ କିମ୍ବା ଯେକୌଣସି ପ୍ରକାର ର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ଭୁକ୍ଷେପ ନ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ବାହାରକୁ ଆସିଥାନ୍ତି, ଯେଉଁ ସମୟରେ କି ଲୋକେ ବାହାରକୁ ବାହାରିବା ପାଇଁ ସମ୍ଭବ ହେଉ ନ ଥାଏ।ସେଥିପାଇଁ ଓଡ଼ିଶାର ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପ୍ୟାହା ର ମାନ୍ୟତା ପ୍ରଦାନ ପାଇଁ, ସରକାରଙ୍କ ନିକଟରେ ପୁନଶ୍ଚ ଦାବି ରଖିବା ନିମନ୍ତେ ସର୍ବସଂମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ସେହିଭଳି କୋଭିଡ – ୧୯ ସମୟରେ ସାରା ରାଷ୍ଟ୍ରର ଜନସାଧାରଣ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିଥିବା ସମୟରେ ରାଜସ୍ୱ ଅମଲା କର୍ମଚାରୀ ମନେ ନିଜ ଜୀବନକୁ ଖାତିରି ନକରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ, ଯଦ୍ୱାରା ଓଡ଼ିଶାର ଷାଠିଏ ରୁ ଅଧିକ ରାଜସ୍ୱ ଅମଲା ସରକାରୀ କାର୍ଯ୍ୟ ସମ୍ପାଦନା ସମୟରେ କରୋନା ସଂକ୍ରମଣ ରେ ସଂକ୍ରମିତ ହୋଇ ପ୍ରାଣ ତ୍ୟାଗ କରି ସାରିଛନ୍ତି। ତେଣୁ, ରାଜସ୍ୱ ଅମଲା ମାନଙ୍କୁ ପ୍ରମୁଖ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହିତ ସରକାରଙ୍କ ଦ୍ବାରା ଘୋଷିତ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ଏବଂ ପରିବାର ର ଜଣକୁ ସରକାରୀ ଚାକିରି ଦେବା ପାଇଁ ଦାବି କରିଥିଲା ତା ୨୨.୫.୨୦୧୮ ରିଖ ୧୧.୩୦ ଘଣ୍ଟା ସମୟରେ ଓଡ଼ିଶାର ସମ୍ମାନୀୟ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଓଡିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ନେତୃବୃନ୍ଦ ଙ୍କ ସହିତ ହୋଇଥିବା ବୈଠକର ନିଷ୍ପତ୍ତି ପ୍ରକାରେ ଜିଲ୍ଲା ସ୍ତରର ସମସ୍ତ ରାଜସ୍ୱ ଅମଲା ଙ୍କ ବରିଷ୍ଠତା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ତାଲିକା କୁ ଗ୍ରହଣ କରି ପ୍ରତିଷ୍ଠାନ ଅଧିକାରୀ ଏବଂ ବରିଷ୍ଠ ପ୍ରତିଷ୍ଠାନ ଅଧିକାରୀ ପଦବୀ ସୃଷ୍ଟି କରି ପଦନ୍ନତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ଏହାର ବ୍ୟତିକ୍ରମ ହୋଇ ସାଧାରଣ ବିବିଧ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୩୭୮୩୫ ତା ୨୮.୧୨.୨୦୧୮ ପ୍ରକାରେ ଜିଲ୍ଲାର ସମସ୍ତ ବିଭାଗର ସେକ୍ସନ ଅଫିସର କୁ ନେଇ ବରିଷ୍ଠ ତାଲିକା ପ୍ରସ୍ତୁତ କରି ପଦନ୍ନତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା, ଯଦ୍ୱାର ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ଙ୍କ ମନରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି, ସରକାରଙ୍କ ଏହି ନିଷ୍ପତ୍ତି କୁ ଓଡିଶା ରାଜସ୍ୱ ଅମଲା ସଙ୍ଘ ତୀବ୍ର ବିରୋଧ କରିବା ସହିତ ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ସମୟରେ ଦାବି କରୁଥିଲେ ମଧ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଳମ୍ବ କରୁଥିବାରୁ, ବିଜ୍ଞପ୍ତି ବିରୁଦ୍ଧରେ ନ୍ୟାୟ ପାଇବା ପାଇଁ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେବା ନିମନ୍ତେ ମତ ପ୍ରକାଶ ପାଇଥିଲା।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ନାୟକ,ରାୟଗଡା ଜିଲ୍ଲା ସଭାପତି ମନୋଜ କୁମାର ରଥ, ସମ୍ପାଦକ, ମୁରଲୀ ମୋହନ ପଣ୍ଡା, ଅନିତା ଦାସ, କୋରାପୁଟ ଜିଲ୍ଲା ସଭାପତି ମନୋଜ କୁମାର ବାରିକ, ସମ୍ପାଦକ, ନିତ୍ୟାନନ୍ଦ ଭତ୍ରା, ମାଲକାନଗିରି ଜିଲ୍ଲା ସଭାପତି, ବସନ୍ତ କୁମାର ପଣ୍ଡା, ସମ୍ପାଦକ, ଶଶୀ ଭୂଷଣ ସେଠି,ନବରଙ୍ଗପୁର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ତ୍ରିଲୋଚନ ନାୟକ ଙ୍କ ସହିତ ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ, ରାଜ୍ୟକାର୍ଯ୍ୟକାରୀ ସଭ୍ୟ, ରାଜ୍ୟ କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ୍– ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here